ରୁଷ ଆକ୍ରମଣରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କଲେ ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଲଢେଇ ଯୁଦ୍ଧ ଜାରି ରହିଛି । ରୁଷ ସୈନିକ ୟୁକ୍ରେନରରେ ଥିବା ବିଭିନ୍ନ ସହର ଉପରେ ଘନ ଘନ ଆକ୍ରମଣ କରୁଛନ୍ତି । ଏହି ଆକ୍ରମଣରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଏହାମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକ୍ରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ ଆଲୋଚନା କରିଥିଲେ । ଏହି ସମୟରେ ରୁଷ ଆକ୍ରମଣରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁକୁ ନେଇ ଶୋକବ୍ୟକ୍ତ କରିଥିଲେ ।

ଏଥିସହିତ ଯଥାଶୀଘ୍ର ଏହି ଯୁଦ୍ଧ ଉପରେ ବିରାମ ଲଗାଇବା ପାଇଁ ଉଭୟ ନେତା ସହମତି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ପୋଲାଣ୍ଡ ରାଷ୍ଟ୍ରପତି ଆନ୍ଦ୍ରଜେଜ ଡୁଡା ଓ ୟୁରୋପିୟନ କାଉନସିଲର ଅଧ୍ୟକ୍ଷ ଚାର୍ଲସ ମିସେଲ୍ସଙ୍କ ସହ ମଧ୍ୟ ଫୋନରେ କଥା ହୋଇଛନ୍ତି ।