ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କଲେ ପରମେଶ୍ୱର ଫୁଙ୍କୱାଲ

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଆଇଆରଏମଏସ, ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଇଆଇଟି କାନପୁରର ପୂର୍ବତନ ଛାତ୍ର ଏବଂ ଭାରତୀୟ ରେଳବାଇ ଇଞ୍ଜିନିୟର୍ସ ସେବା (ଆଇଆରଏସଇ) ୧୯୮୮ ବ୍ୟାଚ୍ ଅଧିକାରୀ ଅଟନ୍ତି । ଦୀର୍ଘ ଦଶନ୍ଧିର ଉଲ୍ଲେଖନୀୟ କ୍ୟାରିୟର ସହ ସେ ଡିଆରଏମ/ରାଜକୋଟ, ଏଡିଆରଏମ/ଅହମ୍ମଦାବାଦ, ଅଧ୍ୟକ୍ଷ/ଆରଆରବି ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ/ଆରଡିଏସଓ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଛନ୍ତି । ପୂର୍ବତଟ ରେଳପଥରେ ନିଯୁକ୍ତି ପାଇବା ପୂର୍ବରୁ ସେ ପଶ୍ଚିମ ରେଳବାଇ, ମୁମ୍ବାଇରେ ପ୍ରିନ୍ସିପାଲ୍ ଚିଫ୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ ।