ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଅଷ୍ଟମ ଦିନରେ ପହଞ୍ôଚଛି । ୟୁକ୍ରେନରେ ଦିନକୁଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏହାଦ୍ୱାରା ୟୁକ୍ରେନର ଅନେକ ବଡ ବଡ ସହର ମଧ୍ୟ ଧ୍ୱଂସ ବିଧ୍ୱଂସ ହୋଇଛି । ଆଉ ଏବେ ୟୁକ୍ରେନରେ ଗୁଗୁଲ ସେବା ଉପରେ ମଧ୍ୟ ପ୍ରଭାବ ପଡିବାରେ ଲାଗିଛି । ଗୁଗୁଲର ଅନେକ ସେବା ଏବେ ସେଠାକାର ଲୋକ ପାଇ ପାରୁନାହାନ୍ତି । ଏନେଇ ରୁଷ ସରକାରଙ୍କ ସହ ଜଡିତ ଏକ ମିଡିଆ ହାଉସ ସୂଚନା ପ୍ରଦାନ କରିଛି । ୟୁକ୍ରେନରେ ଗୁଗୁଲ ସେବା ଡାଉନ ରହିବା ସହ ଲୋକମାନେ ତାଙ୍କ ଜିମେଲ ଆକାଉଣ୍ଟ ମଧ୍ୟ ଚଲାଇ ପାରୁନାହାନ୍ତି । ଅନ୍ୟପଟେ ୟୁଟ୍ୟୁବ ମଧ୍ୟ କାମ କରୁନାହିଁ ବୋଲି ସୂଚନା ମିଳିଛି ।