ପୁରାତନ ଦୁର୍ଗା ମଣ୍ଡପକୁ ସରକାର ଦେବେ ଆର୍ଥିକ ସହାୟତା

ପୁରାତନ ଦୁର୍ଗା ମଣ୍ଡପଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଦୁର୍ଗାମଣ୍ଡପକୁ ତିନୋଟି କ୍ୟାଟେଗୋରୀ କରାଯିବ । ଶତାୟୁ ଦୁର୍ଗାମଣ୍ଡପକୁ କ୍ୟାଟେଗୋରୀ ‘ଏ’ ତାଲିକାଭୁକ୍ତ କରାଯିବ ।

୭୫ ବର୍ଷର ଦୁର୍ଗା ମଣ୍ଡପକୁ କ୍ୟାଟେଗୋରୀ ‘ବି’ ତାଲିକାଭୁକ୍ତ କରାଯିବ । ୫୦ ବର୍ଷର ଦୁର୍ଗା ମଣ୍ଡପକୁ କ୍ୟାଟେଗୋରୀ ‘ସି’ ତାଲିକାଭୁକ୍ତ କରାଯିବ ।

୫୦ ବର୍ଷରୁ ତଳକୁ ରହିଥିବା ଦୁର୍ଗାମଣ୍ଡପ ଭିତରୁ ଯେକୌଣସି ଦୁଇଟି ମଣ୍ଡପକୁ ଜିଲ୍ଲାପାଳ ମନୋନୟନ କରି ରାଜ୍ୟ ପ୍ରଶାସନକୁ ତାଲିକା ପ୍ରଦାନ କରିବେ ।

କୋଉ କ୍ୟାଟେଗୋରୀକୁ କେତେ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରାଯିବ, ସେ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇନି ।