ଗୁରୁ-ପୁଷ୍ୟା ଯୋଗ; ତୁଳା ଓ କୁମ୍ଭ ରାଶିକୁ ଜବରଦସ୍ତ ଲାଭ

ଗୁରୁ-ପୁଷ୍ୟା ସର୍ବାର୍ଥ ସିଦ୍ଧି ଯୋଗ କାରଣରୁ ତୁଳା ଓ କୁମ୍ଭ ରାଶି ଲୋକଙ୍କ ପାଇଁ ସବୁଠାରୁ ଅଧିକ ଲାଭଦାୟକ ରହିବ । ତା’ ସହିତ ରବି ଯୋଗ ଓ ଅମୃତ ସିଦ୍ଧି ଯୋଗକୁ ମଧ୍ୟ ଫାଇଦା ମିଳିବ । ପରିଣାମ ସ୍ୱରୂପ ଧନଲାଭ, ମାନସମ୍ମାନ ଲାଭ, ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ ।

ମେଷରାଶିର ଲୋକଙ୍କୁ ମାନସମ୍ମାନ ମିଳିବ, ବୃଷରାଶିର ଲୋକଙ୍କ ପାଇଁ ବ୍ୟସ୍ତଭରା ରହିବ, ମିଥୁନ ରାଶିର ଲୋକ ଅଯଥା ଖର୍ଚ୍ଚ କରନ୍ତୁନି, କର୍କଟ ରାଶିର ଲୋକଙ୍କ ଭାଗ୍ୟର ଉନ୍ନତି ହେବ, ସିଂହ ରାଶିର ଲୋକଙ୍କ ମନ କାମରେ ଲାଗିବନି, କନ୍ୟାରାଶିର ଲୋକ ଅଯଥା ଖର୍ଚ୍ଚ କରିପାରନ୍ତି, ତୁଳାରାଶିର ଲୋକଙ୍କୁ ସାମାଜିକ ପ୍ରତିଷ୍ଠା ମିଳିବ, ବିଛାରାଶିର ଲୋକଙ୍କ ମନ ଅଶାନ୍ତ ରହିବ, ଧନୁରାଶିର ଲୋକ ବୈଷୟିକ ଜ୍ଞାନ ପ୍ରତି ମନ ବଳାଇବେ, ମକର ରାଶିର ଲୋକଙ୍କ ଅସଂପୂର୍ଣ୍ଣ କାମ ସଂପନ୍ନ ହେବ, କୁମ୍ଭରାଶିର ଲୋକଙ୍କ ଧନ ରୋଜଗାର ଯୋଜନା ସଫଳ ହେବ ଓ ମୀନରାଶିର ଲୋକଙ୍କ ପକ୍ଷେ ଧନାଗମ ବାଟ ଫିଟିଯିବ ।