ନୂଆଦିଲ୍ଲୀ : ଶେଷ ପର୍ଯ୍ୟାୟରେ ଅପରେସନ ଗଙ୍ଗା । ଏନେଇ ଭାରତୀୟ ଦୂତାବାସ ସୂଚନା ଦେଇଛନ୍ତି । ଦୂତାବାସ ବାକି ରହିଯାଇଥିବା ଛାତ୍ରଙ୍କୁ ହଙ୍ଗେରୀ ରାଜଧାନୀ ବୁଡାପେଷ୍ଟ ପହଞ୍ଚିବାକୁ ଅପିଲ କରିଛନ୍ତି । ତେବେ ଏହା ପୂର୍ବରୁ ୟୁକ୍ରେନରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ତାଙ୍କର ଯୋଗାଯୋଗରେ ରହିବାକୁ କୁହାଯାଇଛି ।
ହଙ୍ଗେରୀରେ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଆଜି ଅପରେସନ ଗଙ୍ଗା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ବାକି ରହିଥିବା ଛାତ୍ର ଏବଂ ଭାରତୀୟ ନାଗରିକଙ୍କୁ ହଙ୍ଗେରୀ ସମୟ ଅନୁସାରେ ୧୦ଟାରୁ ୧୨ ମଧ୍ୟରେ ବୁଡାପେଷ୍ଟ ପହଞ୍ଚିବାକୁ କୁହାଯାଇଛି ।