ଦରଦାମ ବୃଦ୍ଧି ନେଇ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ଚଢାଉ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ସଜାଗ ପ୍ରଶାସନ । ଭୁବନେଶ୍ୱରର ବିଭିନ୍ନ ମାର୍କେଟର ଯୋଗାଣ ବିଭାଗର ଚଢାଉ । ଅତ୍ୟାବଶକୀୟ ସାମଗ୍ରୀର ହୋର୍ଡିଂ ସହ ଦରଦାମ ଯାଞ୍ଚ କରୁଛି ଯୋଗାଣ ବିଭାଗ । ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ ରଖିବାକୁ ପ୍ରଶାସନର ଏପରି ପଦକ୍ଷେପ ।

ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ଦେଖି ବଜାରରେ ଅତ୍ୟାବଶକୀୟ ସାମଗ୍ରୀର ଦରଦାମ୍‌ ଧୀରେ ଧୀରେ ବୃଦ୍ଧି ପାଇବାର ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଯୋଗାଣ ବିଭାଗର ଟିମ୍‌ ଭୁବନେଶ୍ୱରରେ ବିଭିନ୍ନ ମାର୍କେଟରେ ଚଢାଉ କରୁଛନ୍ତି । ଆଳୁ, ଅଟା, ତେଲ, ପିଆଜ, ଗୁଡ଼, ଚୂଡ଼ା ଭଳି ସାନଗ୍ରୀର ଦରଦାମ ଯାଞ୍ଚ କରୁଛି ଯୋଗାଣ ବିଭାଗ । ରାଜ୍ୟରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରହିଛି । ତେଣୁ ଭୟଭୀତ ନହୋଇ  ଆବଶ୍ୟକଠାରୁ ଅଧିକ ଆଳୁ ପିଆଜ ନକିଣିବାକୁ ପରାମର୍ଶ ଦେଇଛି ଯୋଗାଣ ବିଭାଗ । ଭୟଭୀତ ହୋଇ   ଜିନିଷ ନ କିଣି ବାକୁ ପରାମର୍ଶ ।