ଚଣ୍ଡୀଗଡ଼ : ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଉଭୟ ଦଳ ନେଟ୍ସରେ ଘଣ୍ଟା ଘଣ୍ଟା ଅଭ୍ୟାସ କରୁଛନ୍ତି । ଅନ୍ୟପଟେ ଭାରତର ଦୁଇ ଷ୍ଟାର୍ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଜୋରଦାର ଅଭ୍ୟାସ କରୁଛନ୍ତି । ବିରାଟ କୋହଲି ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ । ସେହିପରି କୋହଲି ତାଙ୍କର ୧୦୦ ଟେଷ୍ଟ ଖେଳିବାକୁ ଯାଉଛନ୍ତି ।
ଅନ୍ୟପକ୍ଷରେ ୧୦୦ତମ ଟେଷ୍ଟ ମ୍ୟାଚକୁ ସ୍ମରଣୀୟ କରାଇବା ପାଇଁ କୋହଲି ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଅନ୍ୟପକ୍ଷରେ ରୋହିତଙ୍କ ମଧ୍ୟ ଏହି ଟେଷ୍ଟ ମ୍ୟାଚନ ଅଧିକ ସ୍ମରଣୀୟ କରିବାକୁ ପ୍ରସ୍ତୁତ କରିସାରିଛନ୍ତି । ରୋହିତ ଶର୍ମା ବର୍ତ୍ତମାନ ଭାରତର ସବୁ ଫର୍ମାଟରେ ଅଧିନାୟକ ଭାରତ ସମ୍ଭାଳୁଛନ୍ତି । ସେହିପରି ରୋହିତ ମଧ୍ୟ ଏକ ବଡ ସ୍କୋର କରିବା ଲକ୍ଷ୍ୟରେ ରହିଛନ୍ତି । ଅନ୍ୟପକ୍ଷରେ ଅଭ୍ୟାସ ସମୟରେ ରୋହିତ ଓ କୋହଲି ବିଭିନ୍ନ ନେଟ୍ସକୁ ଯାଇ ଭିନ୍ନ ଭିନ୍ନ ବୋଲରଙ୍କୁ ସାମ୍ନା କରିଥିଲେ । ଅନ୍ୟ ଖେଳାଳିମାନେ ପରବର୍ତ୍ତୀ ସମୟରେ ବ୍ୟାଟିଂ ଅଭ୍ୟାସ କରିଥିଲେ ସୁଦ୍ଧା ରୋହିତ ଓ କୋହଲିଙ୍କ ପ୍ରସ୍ତୁତି ସ୍ୱତନ୍ତ୍ର ରହିଥିଲା ।