ସୁଧୁରିବା ଆରମ୍ଭ କରିଛି ଭାରତ-ଆମେରିକା ବାଣିଜ୍ୟ କାରବାର । ଗୁରୁବାର ଦିନ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟଲ ଏହି ସୂଚନା ପ୍ରଦାନ କରିଛନ୍ତି ।
ପିୟୁଷ କହିଛନ୍ତି, ସେପ୍ଟେମ୍ବର ୧୬ ତାରିଖ ଦିନ ଆମେରିକାର ଦକ୍ଷିଣ ଓ କେନ୍ଦ୍ର ଏସିଆ ବାଣିଜ୍ୟ ପ୍ରତିନିଧି ବ୍ରେଣ୍ଡାନ୍ ଲିଂଚ ନୂଆଦିଲ୍ଲୀରେ ପହଂଚି ଭାରତୀୟ ଅଧିକାରୀଙ୍କ ସହିତ ବିସ୍ତାରିତ ଆଲୋଚନା ଆରମ୍ଭ କରିଛନ୍ତି ।
ଆଲୋଚନା କ୍ରମେ ଭଲ ବାଟକୁ ଗତି କରୁଛି ।
ଆମେରିକା-ଭାରତ ସଂପର୍କ ବେଶ ପୁରୁଣା । କିଛି ଗୋଟିଏ ଭୁଲ ବୁଝାମଣା ଉଭୟ ଦେଶକୁ ବିବାଦ ଆଡକୁ ଟାଣି ନେଉଥିଲା ।
ଆସନ୍ତା ଦିନେ ଦୁଇଦିନ ଭିତରେ ଭାରତ ପୂର୍ବଭଳି ଆମେରିକା ସହିତ ବାଣିଜ୍ୟ କାରବାର କରିବ ।
ଆଲୋଚନା ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିନି ।