ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଅଷ୍ଟମ ଦିନରେ ପହଞ୍ôଚଛି । ରୁଷର ୟୁକ୍ରେନ ଉପରେ ଆକ୍ରମଣ ଲାଗି ପାଶ୍ଚାତ୍ୟ ଦେଶ ଅନେକ କଟକଣା ଲଗାଉଛନ୍ତି । ଏହାରି ମଧ୍ୟରେ ଭାରତକୁ ଆସିବାକୁ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ ଯୋଗାଣରେ କୌଣସି ପ୍ରଭାବ ପଡିବନି ବୋଲି ଭାରତରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତକୁ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ ଯୋଗାଣ ଜାରି ରହିବ ।
ଅନ୍ୟପକ୍ଷରେ ଭାରତର ୭୦ ପ୍ରତିଶତ ସାମରିକ ହାର୍ଡୱେର ରୁଷିଆ ନିର୍ମିତ । ଏଣୁ ଏହାର ସମସ୍ତ ମରାମତି ଲାଗି ସମୟ ସମୟରେ ଋଷିଆରୁ ସ୍ପେୟାରପାର୍ଟସ କ୍ରୟ କରାଯାଇଥାଏ । ସେହିପରି ରୁଷିଆ ରାଷ୍ଟ୍ରଦୂତ କହିଛନ୍ତି ଯେ ପାଶ୍ଚାତ୍ୟ ପ୍ରତିବନ୍ଧକ ମୁକାବିଲା ଲାଗି ଆମେ ପୂର୍ବରୁ ଆମର ତନ୍ତ୍ର ବିକଶିତ କରିସାରିଛୁ । ତେଣୁ ଭାରତକୁ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଯୋଗାଇରେ କୌଣସି ପ୍ରକାର ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି ।