ମୋହାଲି : ମୋହାଲିରେ ଅନୁଷ୍ଠିତ ହୋଇଥିବା ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ ରହିଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୩୫୭ ରନ ସ୍ପୋର କରିଛି । ରବୀନ୍ଦ୍ର ଜାଦେଜା ୪୫ ଓ ରବିଚନ୍ଦ୍ରନ ଅଶ୍ୱିନ ୧୦ରନ କରି ଅପରାଜିତ ରହିଛନ୍ତି । ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ଭାରତର ଓପ୍ନର ବ୍ୟାଟ୍ସମ୍ୟାନ ଅଧିନାୟକ ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର ଛିଡା କରିପାରିନଥିଲେ । ରୋହିତ ଶର୍ମା ୨୯ ଓ ମୟଙ୍କ ୩୩ ରନ କରି ପାଭିଲିୟନ ଫେରିଥିଲେ ।
ସେହିପରି ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୯୬ ରନ କରି ୱିକେଟ ହରାଇଥିଲେ । ହନୁମା ବିହାରି ୫୮, ବିରାଟ କୋହଲି ୪୫ ଓ ଶ୍ରେୟସ ଆୟର ୨୭ ରନର ଯୋଗଦାନ କରିଥିଲେ । ସବୁଠୁ ବଡ କଥା ହେଉଛି ଯେ ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ୧୦୦ତମ ଟେଷ୍ଟ ପୂରଣ କରିଛନ୍ତି ।