ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦର ସମାଧାନ ବାହାର କରିବା ପାଇଁ ପୂର୍ବ ଲଦ୍ଦାଖ ଅଞ୍ଚଳରେ ଥିବା ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ଆଲୋଚନା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୧୪ ରାଉଣ୍ଡ ବୈଠକ ଶେଷ ହୋଇଛି । ଅନ୍ୟପକ୍ଷରେ ଆସନ୍ତା ମାର୍ଚ୍ଚ ୧୧ରେ ଭାରତ-ଚୀନ ମଧ୍ୟରେ କୋର କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଯେ, ଉଭୟ ଦେଶ ବାଲାନ୍ସ ଫ୍ରିକ୍ସନ ଏରିଆର ସମାଧାନ ଉପରେ ଫୋକସ କରିବେ ।