ଚାକିରି ନିଲାମ ଯୋଜନାର ସୂତ୍ରଧର ଭିକେ ପାଣ୍ଡିୟାନ

ଚାକିରି ନିଲାମ ଯୋଜନାର ସୂତ୍ରଧର ଭିକେ ପାଣ୍ଡିୟାନ ।

ସରକାରୀ ଅଧିକାରୀ ଓ ଦଲାଲଙ୍କ ବଳରେ ସରକାରୀ ଚାକିରି ଆଳରେ ଶିକ୍ଷିତ ଯୁବକ ଯୁବତୀଙ୍କ ପକେଟରୁ ଲକ୍ଷାଧିକ ଟଙ୍କା ଆଦାୟ କରିବାର କୌଶଳ, ଆବଶ୍ୟକ ପଡ଼ିଲେ ଟଙ୍କା ଦେଇଥିବା ଯୁବକ ଯୁବତୀଙ୍କ ହାତରେ କଡ଼ା ପିନ୍ଧାଇ ଆଇନ ଆଖିରେ ଦୋଷୀ ସାବ୍ୟସ୍ତ କରିବାର କୌଶଳ ସଂପର୍କରେ ଭିକେ ପାଣ୍ଡିୟାନ ଅଭିଜ୍ଞ ।

ଓପିଆରବି ପରିଚାଳିତ ଏସ୍ ଆଇ ପରୀକ୍ଷାର ଅନ୍ଧାରୀ କାରବାର ରାଜ୍ୟର ପ୍ରଥମ ଚାକିରି କେଳେଙ୍କାରୀ ନୁହେଁ କି ତା’ର କୁପ୍ରଭାବ ରାଜ୍ୟର ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ପ୍ରଥମ ନୁହେଁ ।

କଂଗ୍ରେସ ଓ ବିଜେଡି କ୍ଷମତାରେ ଥିଲାବେଳେ ଚାକିରି ନିଲାମ କରାଯାଉଥିଲା । ଏବେ ବିଜେପି ସରକାରୀ ଦଳ ପରିଚୟ ପାଇବା ପରେ ସେହି କାମଟିକୁ ଅନୁସରଣ କରିଛି ମାତ୍ର ।

ବିଜେପିର ଚାକିରି ନିଲାମ ଧାରାକୁ ବିରୋଧ କରି କଂଗ୍ରେସ ଓ ବିଜେଡି ରାଜରାସ୍ତାକୁ ଓହ୍ଲାଇବା ଆଦୌ ବୁଦ୍ଧିମାନର କାମ ହେବନି ।

କଂଗ୍ରେସ ଓ ବିଜେଡିର କଳଙ୍କିତ ଶାସନକୁ ରାଜ୍ୟବାସୀ ଅନୁଭବ କରି ସାରିଛନ୍ତି ।

ବିଜେପି ନିକଟରୁ ଭଲ ଶାସନ ଆଶା କରୁଥିଲେ ମାତ୍ର ଧୋକା ଖାଇଗଲେ । ବିଜେପିର ଦେଢ଼ବର୍ଷର ଶାସନ ଭିତରେ କଂଗ୍ରେସ ଓ ବିଜେଡିର କଳଙ୍କିତ ଶାସନ ପ୍ରତିଫଳିତ ହେଲାଣି ।

ତେଣୁ ଆଗାମୀ ଦିନରେ ମୋହନ ଚରଣ ମାଝିଙ୍କ ସରକାର କ୍ଷମତାଚ୍ୟୁତ ନିଶ୍ଚିତ ।