ଜଲି ଏଲ୍ ଏଲ୍ ବି-୩ ମୁକ୍ତିଲାଭ ଅବସରରେ ଅକ୍ଷୟ ଓ ତାଙ୍କ ପତ୍ନୀ ଟ୍ୱିଙ୍କିଲ୍
ଜଲି ଏଲ୍ ଏଲ୍ ବି-୩ ମୁକ୍ତିଲାଭ ହୋଇସାରିଛି । ମୁକ୍ତିଲାଭ ଦିନ ଅଭିନେତା ଅକ୍ଷୟ କୁମାରଙ୍କୁ ପତ୍ନୀ ଟ୍ୱିଙ୍କିଲ୍ ଖାନାଙ୍କ ସହିତ ଦେଖିବାକୁ ମିଳିଥିଲା ।
ପାପାରାଜିଙ୍କ ଆଗରେ ଅକ୍ଷୟ ଓ ଟ୍ୱିଙ୍କିଲ ବେଶ ସ୍ୱାଭାବିକ ଫଟୋପୋଜ୍ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କୁ ଜଲି ମିଶ୍ର ଚରିତ୍ରରେ ଦେଖିବାକୁ ମିଳିଛି ।
ଅକ୍ଷୟଙ୍କ ସହିତ ସୌରଭ ଶୁକ୍ଲା, ଗଜରାଜ ରାଓ, ଅମ୍ରିତା ରାଓ ଓ ହୁମା କୁ୍ୟରେସି ଅଭିନୟ କରିଛନ୍ତି । ଗତ ଶୁକ୍ରବାର ଦିନ ଅକ୍ଷୟ ଟ୍ୱିଟ୍ କରିଥିଲେ, ଆଜ୍ କେସ୍ ନମ୍ବର ୧୭୨୨ କି ସୁନ୍ ବାୟି ହୋଗି, କୋର୍ଟ ଇଜ୍ ନାଓ ଇନ୍ ସେସନ୍ । ବୁକ୍ ୟୋର ଟିକେଟ୍ସ ।
ଉଭୟ ଦର୍ଶକ ଓ ସିନେ କ୍ରିଟିକ୍ ମହଲକୁ ଜଲି ଏଲ୍ ଏଲ୍ ବି-୩ ଭାରି ଭଲ ଲାଗିଛି ।
ଅକ୍ଷୟ କୁମାରଙ୍କ ଲାଭା ଉଦ୍ଗୀରଣ, ସୀମା ବିଶ୍ୱାସଙ୍କ ନିରବତା ଓ ଅର୍ସାଦ ୱାର୍ସିଙ୍କ କାହାଣୀକୁ ବାନ୍ଧି ରଖିବାର ପ୍ରୟାସ ସାଙ୍ଗକୁ ସୌରଭ ଶୁକ୍ଲାଙ୍କ ଉଚ୍ଚ ସ୍ୱରରେ କଡ଼ା ଆଦେଶ, ୟେ ସବୁଗୁଡ଼ିକ ମିଶାଇଦେଲେ, ଜଲି ଏଲ୍ ଏଲ୍ ବି-୩ ଏକ ମନ ମତାଣିଆ ଚଳଚ୍ଚିତ୍ରଟିଏ ହୋଇଯାଇଛି ।
ମୁକ୍ତିଲାଭ ଦିନ ‘ଜଲି ଏଲ୍ ଏଲ୍ ବି-୩’ ଆୟ କରିଛି ୧୨.୫୦ କୋଟି ।