ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ପଳାଇଲା ମଦ ମାଲିକ !

ପୁଲିସ ଆଖିରେ ପଡ଼ିଗଲା ନକଲି ବିଦେଶୀ ମଦ କାରଖାନା । ମାତ୍ର ଧରା ପଡ଼ିଲାନି ମଦ ମାଲିକ ।

କୁହାଯାଉଛି, ନକଲି ବିଦେଶୀ ମଦ କାରଖାନାର ମାଲିକ ବିଜେପିର ଜଣେ ମସ୍ତବଡ଼ ନେତା । ଅନୁଗୁଳ ଶିକ୍ଷକପଡ଼ା ସାଇ ମନ୍ଦିର ନିକଟରେ ପେଟି ପେଟି ମଦ ତିଆରି କରାଯାଉଥିଲା । ରାଜ୍ୟର ବିଭିନ୍ନ ସ୍ଥାନକୁ ପଠା ଯାଉଥିଲା ।

ପୁଲିସ କର୍ମଚାରୀଙ୍କ ଅଜାଣତରେ ବେଶ କିଛି ବର୍ଷ ଧରି ଏହି ବ୍ୟବସାୟ ଚାଲିଥିଲା ବୋଲି ଆପଣମାନେ ଭାବୁଛନ୍ତି? ନକଲି ମଦ ଗୋଦାମକୁ ଠାବ କରି ପୁଲିସ ନିଜକୁ ସାଧୁ ବୋଲାଉଛି ।

ବେଆଇନ ମଦ କାରଖାନା ଓ ଗୋଦାମରୁ ବିପୁଳ ପରିମାଣର ମଦ ଓ ମଦ ସରଞ୍ଜାମ ଜବତ କରାଯାଇଛି । ଚାରିଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।

ଦଶହରା ବକ୍ସିସ୍ ପାଇବା ପରେ ହୁଏତ ପୁଲିସ ସେମାନଙ୍କୁ ଛାଡ଼ି ଦେବ । ଗଣମାଧ୍ୟମ ଆଗରେ ଅଭିଯୁକ୍ତଙ୍କୁ ଦରମା ପାଉଥିବା କର୍ମଚାରୀ କହି ଛାଡ଼ିଦେବ ।

ସୂଚନାନୁସାରେ ବିଭିନ୍ନ ବ୍ରାଣ୍ଡ ଥାଇ ପ୍ରାୟ ୧୮୧୬ ନକଲି ବିଦେଶୀ ମତ ବୋତଲ ଜବତ କରିଛି । ତା’ ସହିତ ୫୫ ଲିଟର ସ୍ପିରିଟ୍, ଖାଲି ବୋତଲ, ଲେବୁଲ ଜବତ କରିଛି ।

ମଦ ରନ୍ଧା ହେଉଥିବା ସ୍ଥାନରୁ ଦୁଇଜଣଙ୍କୁ ଧରିଛି ପୁଲିସ । ଶୁଣିବାକୁ ମିଳୁଛି, ହିନେ୍ଦାଳ ଥାନା ଅନ୍ତର୍ଗତ କଂସରା ଗାଁରେ ବେଆଇନ ମଦ ଗୋଦାମ ରହିଥିଲା ।

ବେଆଇନ ମଦ କାରଖାନା ଓ ଗୋଦାମ ମାଲିକର ସନ୍ଧାନ ପୁଲିସ ପାଇପାରିନି ବୋଲି ଯାହା କୁହାଯାଉଛି, ତାହା ଧର୍ମକୁ ଆଖିଠାର ।

ଲୋକମାନେ କହୁଛନ୍ତି, ମଦ ମାଲିକ କ’ଣ ଆମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଳି ଆକାଶରୁ ଖସି ପଡ଼ିଥିଲା, ପୁଲିସକୁ ଦେଖି ଉଭାନ ହୋଇଗଲା ।

ଲୋକମାନେ କୁହାକୁହି ହେଉଛନ୍ତି, ପୁଲିସ ଜାଣତରେ ସବୁ ଚାଲିଛି । ପୂଜା ବଜାର ଦେଖି ପୁଲିସ ମୋଟା ଅଙ୍କର କମିଶନି ଦାବି କରିଥିବ, ମଦ ମାଲିକ ଦେଇ ନଥିବ । ତେଣୁ ଚଢ଼ଉ କରିବା ଓ ମଦ ଜବତ କରିଥିବାର ନାଟକ କରୁଛି ।