ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଅଷ୍ଟମ ଦିନରେ ପହଞ୍ôଚଛି । ରୁଷ ଆକ୍ରମଣରେ ୟୁକ୍ରେନର ବଡ ବଡ ସହରର ଛାରଖାର ହେବାରେ ଲାଗିଛି । ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ ବଡ ବୟାନ ଦେଇଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆଗକୁ ତାଇୱାନ ଯୁଦ୍ଧ ଦେଖିବ ଓ ଚୀନ ତାକୁ କବଜା କରିନେବ ବୋଲି ସୂଚନା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ ତାଇୱାନ ଉପରେ ଚୀନ ଖୁବଶୀଗ୍ର ଆକ୍ରମଣ କରିବ ଓ ଏହି ଆକ୍ରମଣର ଯୋଜନା ମଧ୍ୟ ପ୍ରସ୍ତୁତ ସରିଛି ।
ଅନ୍ୟପକ୍ଷରେ ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଜୋରଦାର ସମାଲୋଚନା କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଯେ ଆମେରିକାର ନେତା ମଜବୁତ ନୁହେଁ । ତେଣୁ ଏହାର ଫାଇଦା ନେବାକୁ ଚୀନ-ରୁଷ ଆମେରିକାକୁ ଆଙ୍ଗୁଠି ଦେଖାଉଛନ୍ତି । ସେହିପରି ଟ୍ରମ୍ପ କହିଛନ୍ତି ଚୀନ ଗମ୍ଭୀରତାର ସହ ରୁଷ-ୟୁକ୍ରେନ ଘୋମାଘୋଟ ଯୁଦ୍ଧକୁ ଦେଖୁଛି । ସୂଚନାଯୋଗ୍ୟ ଯେ, ତାଇୱାନ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଓ ଦଖଲକୁ ନିନ୍ଦା କରୁଛନ୍ତି । ସେହିପରି ତାଇୱାନ ମଧ୍ୟ ରୁଷ-ୟୁକ୍ରେନକୁ ଶାନ୍ତି ଆଲୋଚନା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।