ଭୁବନେଶ୍ୱର: ଚାଲିଛି ୟୁପିର ପ୍ରୟାଗରାଜ କ୍ଷେତ୍ରରେ ମହାକୁମ୍ଭ ମେଳା । ୧୪୪ ବର୍ଷ ପରେ ଏକ ମହାର୍ଘ ଅମୃତବେଳାରେ ମହାକୁମ୍ଭ ପଡ଼ିଥିବାରୁ ଦେଶବିଦେଶରୁ ବହୁ ତୀର୍ଥଯାତ୍ରୀ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଂଗମ ସ୍ଥଳରେ ପବିତ୍ର ବୁଡ଼ ପକାଇ କୋଟି ପୂଣ୍ୟ ଲାଭ ଆଶା ରଖିଛନ୍ତି ।
ବିଭିନ୍ନ ବର୍ଗର ସାଧୁସନ୍ଥ ଓ ହିନ୍ଦୁ ଶ୍ରଦ୍ଧାଳୁମାନେ ପ୍ରୟାଗରାଜ କ୍ଷେତ୍ରରେ ବୁଡ଼ ପକାଉଛନ୍ତି । ଏକମାସ ଧରି ଚାଲିବାକୁ ଥିବା ଏହି ମହାସ୍ନାନରେ ଓଡ଼ିଶାରୁ ହଜାର ହଜାର ଲୋକ ଯୋଗଦାନ କରିଛନ୍ତି ।
ଓଡ଼ିଶା ସରକାରଙ୍କ ଉଦ୍ୟମ କ୍ରମେ ଓଡ଼ିଶା ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ (ଓଏସ୍ଆର୍ଟିସି) ପକ୍ଷରୁ ଭୁବନେଶ୍ୱରରୁ ପ୍ରୟାଗରାଜ ଅଭିମୁଖେ ବସ୍ ସେବା ଆରମ୍ଭ କରାଯାଇଛି ।
ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରୟାଗରାଜ ଅଭିମୁଖେ ବସ୍ ସେବା ଆରମ୍ଭ କରାଯିବା ଫଳରେ ଚଳିତ ବର୍ଷ ମହାକୁମ୍ଭ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶା କରାଯାଉଛି ।