ମାହାଙ୍ଗା ଡବଲ୍ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ ଚାରି ସପ୍ତାହ ମହଲତ

ମାହାଙ୍ଗା ଡବଲ ମର୍ଡର ମାମଲାର ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ସୁଆଲ କରିଛନ୍ତି ।

ସଂପୃକ୍ତ ମାମଲାର ଅଭିଯୁକ୍ତ ପ୍ରତାପ ଜେନାଙ୍କ ପିଟିସନକୁ ଗ୍ରହଣ କରିବା ପରେ ସୁପ୍ରିମକୋର୍ଟ ତାଙ୍କୁ ଚାରି ସପ୍ତାହ ମହଲତ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୧ ମସିହାରେ ମାହାଙ୍ଗା ଅଂଚଳରେ ବରିଷ୍ଠ ବିଜେପି ନେତା କୁଲମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ।

ଏହି ହତ୍ୟାକାଣ୍ଡଟି ସେତେବେଳେ ରାଜ୍ୟରେ ଚହଳ ପକାଇଥିଲା ।

ମୃତ କୁଳମଣିଙ୍କ ପୁଅ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପ୍ରତାପ ଜେନାଙ୍କୁ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଭାବେ ଅଭିଯୁକ୍ତ କରିବାକୁ ପ୍ରାର୍ଥନା କରିଥିଲେ ।