‘ମନ୍ କି ବାତ୍’: ଦେଶବାସୀକୁ ମୋଦୀଙ୍କ ୩ ଗୁରୁମନ୍ତ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ ୧୩୧ତମ ସଂସ୍କରଣରେ……

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ ୧୩୧ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ମୋଦିଜୀ ଏଆଇ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ବିଷୟରେ ଆଲୋଚନା କରିଛନ୍ତି । ସମ୍ପ୍ରତି ଅନୁଷ୍ଠିତ ଏଆଇ ଶିଖର ସମ୍ମିଳନୀ ପରେ ଏହି ବିଷୟ ଉପରେ ଆଲୋଚନା ହେବାର ଆଶା କରାଯାଉଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଟି-୨୦ ବିଶ୍ୱକପ୍ ଖେଳାଳିମାନଙ୍କ ବିଷୟରେ କହିଥିଲେ ।
ସେ କହିଥିଲେ, ଏହି ବର୍ଷ ଭାରତୀୟ ବଂଶୋଦ୍ଭବ ଖେଳାଳିମାନେ ଏକ ଗୁରୁତ୍ୱପୂର୍ଣ୍ଣ କ୍ରୀଡା ନୌପୁଣ୍ୟ ପ୍ରଦର୍ଶନ କରୁଛନ୍ତି । ଭାରତୀୟ ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ ମାଧ୍ୟମରେ ଅନେକ ଦେଶର ଦଳରେ ନୂତନ ପରିଚୟ ସ୍ଥାପନ କରୁଛନ୍ତି । ବିଶେଷ କରି କାନାଡାରେ ସର୍ବାଧିକ ସଂଖ୍ୟକ ଭାରତୀୟ ବଂଶୋଦ୍ଭବ ଖେଳାଳି ଅଛନ୍ତି । କାନାଡାର ଅଧିନାୟକ ଦିଲପ୍ରୀତ ବାଜୱାଙ୍କ ଜନ୍ମ ପଞ୍ଜାବର ଗୁରୁଦାସପୁରରେ ହୋଇଥିଲା । ନବନୀତ ଧାଲିୱାଲ ଚଣ୍ଡିଗଡ଼ର । ଏହା ବ୍ୟତୀତ, ହର୍ଷ ଠକ୍କର ଏବଂ ଶ୍ରେୟସ ମୋୱାଙ୍କ ଭଳି ଖେଳାଳିମାନେ ମଧ୍ୟ ଦଳର ଅଂଶ । ଏହି ଖେଳାଳିମାନେ ସେମାନଙ୍କ ଖେଳ ଦ୍ୱାରା କାନାଡା ସହିତ ଭାରତ ପାଇଁ ଗୌରବ ଆଣୁଛନ୍ତି । ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ କଠିନ ପରିଶ୍ରମ ଏବଂ ଅଭିଜ୍ଞତା ଏହି ଦଳଗୁଡ଼ିକୁ ମଜଭୁତ କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏଆଇ ସମ୍ମିଟରେ ଦୁଇଟି ଭାରତୀୟ ଉତ୍ପାଦ ବିଶେଷ ଭାବରେ ବିଶ୍ୱ ନେତାମାନଙ୍କୁ ପ୍ରଭାବିତ କରିଥିଲା । ପଶୁପାଳନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା କିପରି ପ୍ରୟୋଗ କରାଯାଏ, ସେ ସଂପର୍କରେ ଅମୂଲ ବୁଥ୍ରେ ପ୍ରଦର୍ଶିତ ପ୍ରଥମ ଉତ୍ପାଦ ପ୍ରଦର୍ଶନ କରିଥିଲା । ଏଆଇ ଚାଷୀମାନଙ୍କୁ ସେମାନଙ୍କର ଦୁଗ୍ଧ ଏବଂ ପଶୁପାଳନର ୨୪ ଘଂଟା ରେକର୍ଡ ରଖିବା ପାଇଁ ସାହାଯ୍ୟ କରେ । ଯାହା କ୍ଷୀର ଉତ୍ପାଦନ, ସ୍ୱାସ୍ଥ୍ୟ ନିରୀକ୍ଷଣ ଏବଂ ପରିଚାଳନାକୁ ବହୁଳ ଭାବରେ ସହଜ କରିଥାଏ । ଦ୍ୱିତୀୟ ଉତ୍ପାଦ ଭାରତୀୟ ସଂସ୍କୃତି ସହିତ ଜଡିତ ଥିଲା । ଏହା ପ୍ରଦର୍ଶନ କରିଥିଲା ଯେ କିପରି ପ୍ରାଚୀନ ଗ୍ରନ୍ଥ, ପାଣ୍ଡୁଲିପି ଏବଂ ପାରମ୍ପରିକ ଜ୍ଞାନକୁ ଏଆଇ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସଂରକ୍ଷଣ କରାଯାଉଛି । ଏବଂ ନୂତନ ପିଢ଼ି ପାଇଁ ଡିଜିଟାଲ୍ ଭାବରେ ଗ୍ରହଣ କରାଯାଉଛି । ଏହି ପଦକ୍ଷେପ ଦ୍ୱାରା ଅନେକ ଦେଶର ପ୍ରତିନିଧିମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ଭାରତର ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ପଦକ୍ଷେପକୁ ପ୍ରଶଂସା କରିଥିଲେ । କୃତ୍ରିମ ବୁଦ୍ଧିମତା କେବଳ ବଡ଼ ଶିଳ୍ପ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ପଶୁମାନଙ୍କର ଚିକିସôା ଏବଂ ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଉଛି ।
ସେ ବ୍ୟାଖ୍ୟା କରିଥିଲେ, ଏଆଇ ସମ୍ମିଳନୀ ସମୟରେ, ବିଶ୍ୱ ନେତା ଏବଂ ଟେକ୍ କମ୍ପାନୀଗୁଡ଼ିକର ମୁଖ୍ୟମାନଙ୍କୁ ପ୍ରଦର୍ଶନ କରିଥିଲେ ଯେ ଏଆଇ ମାଧ୍ୟମରେ କିପରି ପଶୁରୋଗ ଚିହ୍ନଟ କରାଯାଉଛି ।