ଭେନେଜୁଏଲାର ମାରିଆ କୋରିନା ମାଚାଡୋଙ୍କୁ 2025 ପାଇଁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। କିନ୍ତୁ, ନୋବେଲ ଶାନ୍ତି ପୁରସ୍କାର ଘୋଷଣା ପରଠାରୁ ତାଙ୍କ ନାମ ବିବାଦରେ ଫସି ରହିଛି।ମାରିଆ ଗାଜାରେ ଇସ୍ରାଏଲର ବୋମାମାଡ଼ର ଜଣେ ଦୃଢ଼ ସମର୍ଥକ ଭାବରେ ଜଣାଶୁଣା। ସେ ନିଜ ଦେଶରେ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିଦେଶୀ ଶକ୍ତି ବ୍ୟବହାର କରିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ।
ଭେନେଜୁଏଲାର ବିରୋଧୀ ଦଳର ଜଣେ ଜଣାଶୁଣା ଚେହେରା ଭାବରେ ବିବେଚିତ ମାରିଆ ମଧ୍ୟ ଗଣତନ୍ତ୍ର ସମର୍ଥକ ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।ଗତକାଲି ନୋବେଲ କମିଟି ଶାନ୍ତି ପୁରସ୍କାର ପାଇଁ ମାରିଆଙ୍କ ନାମ ଘୋଷଣା କରିଛି। ନୋବେଲ କମିଟି ଅନୁଯାୟୀ, ଭେନେଜୁଏଲାରେ ଗଣତନ୍ତ୍ରକୁ ପ୍ରୋତ୍ସାହିତ କରିବା ଏବଂ ଏକଛତ୍ରବାଦ ବିରୋଧରେ ଦୃଢ଼ ଭାବରେ ଠିଆ ହେବା ପାଇଁ ମାରିଆଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।