ବାଲେଶ୍ୱର ଜିଲ୍ଲାର ସମଲପୁର ଅଂଚଳରେ ଗୋଟିଏ ଦଦରା ଘର ଭିତରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସ୍ଥାନୀୟ ଅଂଚଳରେ ଏକ ଚାପା ଉତ୍ତେଜନା ସୃଷ୍ଟି ହୋଇଚି । ଝିଅଟିକୁ କିଏ କେବେ କୋଉଠୁ କିପରି ଉପାୟରେ ଆଣି ଉକ୍ତ ଘରେ ରଖିଥିଲା, ତାକୁ କେନ୍ଦ୍ର କରି ଶିଳ୍ପାଂଚଳ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଚି ।
ଝିଅଟିର ମୃତଦେହକୁ ଗୋଟିଏ ଅଖା ଭିତରେ ରଖାଯାଇଥିଲା ।
ପ୍ରାଥମିକ ଅନୁସନ୍ଧାନ କରିବା ପରେ ପୁଲିସ ଅନୁମାନ କରୁଛି, ମୃତ ନାବାଳିକାଙ୍କ ଘର ବାହାନଗା ଅଂଚଳରେ । ସମଲପୁର ଅଂଚଳରେ ଭଡ଼ା ସୂତ୍ରରେ ନିଆଯାଇଥିବା ଘରଟିରେ ମୃତ ନାବାଳିକାଙ୍କୁ ଥଇଥାନ କରାଯାଇଥିଲା ।
ଝିଅଟି ବୁଲି ବୁଲି ଜରିଗୋଟାଳି କାମ କରୁଥିବାର ସ୍ଥାନୀୟ ବାସିନ୍ଦା କହନ୍ତି ।
ମୃତ ନାବାଳିକା ସହିତ ଆହୁରି ଦୁଇଜଣ ନାବାଳିକା ରହୁଥିଲେ । ପୁଲିସ ସେମାନଙ୍କୁ ଥାନାକୁ ନେଇ ପଚରା ଉଚରା କରୁଛି ।
ମୃତ ନାବାଳିକାଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର କରାଯାଇଛି ବୋଲି ପୁଲିସ ଆଶଙ୍କା ପ୍ରକାଶ କରିଛି ।