ନୂଆଦିଲ୍ଲୀ : ୨୪ ମେ’ରେ ଜାପାନରେ ଆୟୋଜିତ ହେବାକୁ ଥିବା କ୍ୱାଡ ଶିଖର ସମ୍ମିଳନୀରେ ଏହି ଦୁଇ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଚେତୁର୍ଦ୍ଦଶ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ । ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ହେତୁ ରୁଷ ଉପରେ ଲାଗୁ ହୋଇଥିବା ଅର୍ଥନୈତିକ ପ୍ରତିବନ୍ଧକ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡିଛି ।
ଏହାପୂର୍ବରୁ, ଦ୍ୱିପାକ୍ଷିକ ବୈଠକରେ ଉଭୟ ନେତାଙ୍କ ଏକ ଭର୍ଚ୍ଚୁଆଲ୍ ମିଟିଂ ହୋଇଥିଲା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ମଧ୍ୟ ଉପସ୍ଥିତ ଥିଲେ । ଏହି ସଭାରେ ୟୁକ୍ରେନ ଏବଂ ରୁଷ, ଭାରତ ମହାସାଗରୀୟ ଅଞ୍ଚଳ ଏବଂ ପ୍ରଶାନ୍ତ ଦ୍ୱୀପପୁଞ୍ଜର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।