ଜିରୋ କାଜୁୟାଲିଟିରେ ହେବ ‘ମୋନ୍ଥା’ ର ସାମ୍ନା : ମୁଖ୍ୟମନ୍ତ୍ରୀ

‘ମୋନ୍ଥା’ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ମନ୍ତ୍ରଣା
ରାତିରେ ଆହୁରି ବଢିବ ପବନ ଓ ବର୍ଷାରେ ବେଗ
‘ଜିରୋ କାଜୁୟାଲିଟି’ କୁ ଆଖିରେ ରଖି ଶ୍ରୀ ମୋହନଙ୍କ ରଣନୀତି

ଆଜି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ଛୁଇଁବ ବାତ୍ୟା। କାକିନାଡ଼ାର ସ୍ଥଳଭାଗ ଅତିକ୍ରମ କରିବ ବେଳେ ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲା। ଯାହାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଡକାଇଥିଲେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଶ୍ରୀ ମୋହନଙ୍କ ଅଧକ୍ଷତାରେ ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଏସଆରସି ଦେଓ ରଞ୍ଜନ କୁମାର ସିଂ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ମଧ୍ୟ ଉପସ୍ଥିତ ହୋଇଥିଲେ । ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ, କୃଷି, ସ୍ୱାସ୍ଥ୍ୟ, ଶକ୍ତି, ପଞ୍ଚାୟତିରାଜ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ବାତ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଭିସି ମାଧ୍ୟମରେ ଯୋଡ଼ି ହୋଇଥିଲେ । ଏହାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ ବାତ୍ୟା ସମୀକ୍ଷା କହିଥିଲେ ; ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ସ୍ଥଳଭାଗ ଛୁଇଁବ ବାତ୍ୟା । ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ଏହାର ପ୍ରଭାବ ରହିବ । ଯେଉଁ କାରଣରୁ କାଲିଠୁ ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟାରେ ପ୍ରଭାବିତ ହେବା ଜିଲ୍ଲା ମଧ୍ୟରେ ରହିଛି ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ,କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ । ପ୍ରଥମ ଦୁଇ ଦିନର ବର୍ଷାରେ ମୁଖ୍ୟ ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲା ଉପରେ ପ୍ରଶାସନ ର ବିଶେଷ ଧ୍ୟାନ ରହିବ। ଏନେଇ ‘ଜିରୋ କାଜୁଆଲିଟି’ ସରକାରଙ୍କ ଲକ୍ଷ୍ୟ ରହିବ । ଯେଉଁଥିପାଇଁ ୨ ହଜାର ୪୮ ଟି ବାତ୍ୟା ଆଶ୍ରୟ ସ୍ଥଳୀ ରହିଥିବା ବେଳେ ଏଯାବତ ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଆହୁରି ୩୦ ହଜାର ୫୫୪ ଜଣଙ୍କୁ ନେବା ପାଇଁ ଚିହ୍ନଟ କରାଯାଇଛି । ତତ୍ ସହିତ ୧ ହଜାର ୮୭୧ ଜଣ ଗର୍ଭବତୀ ସୁରକ୍ଷିତ ଚିକିତ୍ସାଳୟ କୁ ସ୍ଥାନାନ୍ତର ହୋଇସାରିଛନ୍ତି । ଆଗକୁ ଆହୁରି ୮୨୨ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୨ ହଜାର ୬୯୩ ଗର୍ଭବତୀ ଙ୍କୁ ସ୍ଥାନାନ୍ତର କରାଯିବ । ବିଦ୍ୟୁତ ଓ ପାଣି ପାଇଁ ୩୯ ଟି ଓଡ୍ରାଫ, ୧୨୩ ଟି ଅଗ୍ନିଶମ, ୫ ଟି NDRF ମୁତୟନ ହୋଇଥିବା ବେଳେ ଗୋପାଳପୁର, ମହେନ୍ଦ୍ରଗିରି,ଦେଓମାଳୀକୁ ଭଳି ପର୍ଯ୍ୟଟନସ୍ଥଳୀ କୁ ବନ୍ଧ କରାଯାଇଛି। ୩୦ ଯାଏଁ ସ୍ଥାନୀୟ ସ୍କୁଲ ସବୁକୁ ବନ୍ଦ କରାଯାଇଥିବା ବେଳେ ଆବଶ୍ୟକ ହେଲେ ଛୁଟି ବଢ଼ାଇବାକୁ ସରକାରଙ୍କ ଯୋଜନା ରହିଛନ୍ତି ବୋଲି କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ବାତ୍ୟାର ଆପାଦକାଳୀନ ସ୍ଥିତକୁ ସାମ୍ନା କରିବ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଜ୍ଞ ଡାକ୍ତର ନିୟୋଜିତ ହୋଇଥିବା ସ୍ପଷ୍ଟ ହୋଇଛି ବୈଠକରେ। ପମ୍ପ ସେଟ୍, ଜେନେରେଟ୍, ସମେତ ଆଶ୍ରୟାକାରି ଓ ଗୋରୁ ଗାଈଙ୍କ ସମେତ ସମସ୍ତଙ୍କୁ ସରକାରଙ୍କ ତରଫରୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ ହୋଇଛି। ତେବେ ପ୍ରତେକ ଜିଲ୍ଲାପାଳଙ୍କୁ ସମସ୍ତ ଅଗ୍ର କ୍ଷମତା ଦିଆଯାଇଛି ଯେପରି ଅସୁବିଧା ସମୟରେ ତାଙ୍କୁ କାହାର ଅନୁମତି କୁ ଅପେକ୍ଷା କରିବାକୁ ପଡିବ ନାହିଁ। ତେବେ ସ୍ଥାନନ୍ତର କାର୍ଯ୍ୟ ଏବେ ବି ଚାଲିଥିବା ବେଳେ ବାତ୍ୟା ମୋନ୍ଥାର ପ୍ରଭାବରେ ତତ୍ପର ହୋଇଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ବାତ୍ୟା ସମୟରେ ଅଧିକ ସମ୍ବେଦନଶୀଳ ଥିବା ଗର୍ଭବତୀ ଓ ବୃଦ୍ଧଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ୩୦୩ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରି ସମସ୍ତଙ୍କୁ ସୁରକ୍ଷିତ ଭାବେ ମା’ ଗୃହ ଓ ୧୩୮ ଜଣ ଗର୍ଭବତୀଙ୍କୁ ସ୍ଥାନୀୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଛି ଏବଂ ସେଠାରେ ମଧ୍ୟ ୧୦ଟି ଅଗ୍ନିଶମ ଟିମ୍ ଓ ୧ଟି ଓଡ୍ରାଫ ଟିମ୍ ପ୍ରାକୃତିକ ବିପଦ କୁ ନେଇ ସଜାଗ ଅଛନ୍ତି ।