ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଲଢେଇ ଜାରି ରହିଛି । ଏହି ଉଭୟଙ୍କ ଲଢେଇ ମଧ୍ୟରେ ପାଖାପାଖି ଦେଢ ଲକ୍ଷ ୟୁକ୍ରେନବାସୀ ଦେଶ ଛାଡ଼ି ପଡୋଶୀ ରାଷ୍ଟ୍ରରେ ଶରଣାର୍ଥୀ ନେଇଛନ୍ତି । ଏକ ରିପୋର୍ଟରେ ସୂଚନା ମିଳିଛି ଯେ, ୟୁକ୍ରେନ ଛାଡ଼ି ପଳାୟନ କରୁଥିବା ଲୋକେ ୟୁକ୍ରେନର ପଡୋଶୀ ଦେଶରେ ଶରଣ ନେଉଛନ୍ତି । ସେପଟେ ରୁଷ ୟୁକ୍ରେନର ରାଜଧାନୀ କିୱକୁ ନିଜ ଦଖଲକୁ ନେବାକୁ ଜୋରଦାର ଚଳାଇଛି ।
ଅନ୍ୟପକ୍ଷରେ ରୁଷ ଆକ୍ରମଣ ଭୟରେ ୟୁକେନବାସୀ ଦେଶ ଛାଡ଼ି ପଡୋଶୀ ଦେଶକୁ ପଳାଉଛନ୍ତି । ସେହିପରି ଏକ ରିପୋର୍ଟ ଅନୁଯାୟୀ ଯଦି ପରିସ୍ଥିତି ଅଧିକ ଜଟିଳ ହୁଏ ତେବେ ହାରାହାରି ୪୦ ଲକ୍ଷ ୟୁକ୍ରେନବାସୀ ଅନ୍ୟ ଦେଶକୁ ପଳାୟନ କରିବେ । ଅଧିକାଂଶ ୟୁକ୍ରେନବାସୀ ପଡୋଶୀ ରାଷ୍ଟ୍ର ପୋଲାଣ୍ଡ, ମୋଲଡୋଭା, ହଙ୍ଗରୀ, ରୋମାନିଆ ଓ ବେଲାରୁଷକୁ ପଳାୟନ କରୁଛନ୍ତି ।