ରୁଷ ଆକ୍ରମଣରେ ଧ୍ୱଂସ ହେଲା ନ୍ୟୁକ୍ଲିୟର ରିସର୍ଚ୍ଚ ସେଣ୍ଟର

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ତେବେ ରୁଷ ସେନା ପକ୍ଷରୁ ଲଗାତର ଭାବେ ୟୁକ୍ରେନ ଆକ୍ରମଣ କରିଚାଲିଛି । ଏବେ ରୁଷ ଟାର୍ଗେଟରେ ୟୁକ୍ରେନର ମିଲିଟାରୀ ସିଷ୍ଟମ । କିଛି ସମୟର ଯୁଦ୍ଧବିରତି ପରେ ପୁଣି ଆକ୍ରମଣ ଆରମ୍ଭ କରିଦେଇଛି ଋଷ । ଅନ୍ୟପକ୍ଷରେ ରୁଷ ସେନା ୟୁକ୍ରେନର ନ୍ୟୁକ୍ଲିୟର ରିସର୍ଚ୍ଚ ସେଣ୍ଟର ଉପରେ ମିସାଇଲ ମାଡ କରିଛି । ଏହି ମିସାଇଲ ମାଡରେ ୟୁକ୍ରେନର ନ୍ୟୁକ୍ଲିୟର ରିସର୍ଚ୍ଚ ସେଣ୍ଟର ସମ୍ପୂର୍ଣ୍ଣ ଭାବେ ଧ୍ୱଂ ହୋଇଯାଇଛି । ସେହିପରି ଗୋଟିଏ ପଟେ ରୁଷ ଲଗାତର ମିସାଇଲ ଆକ୍ରମଣ ଓ ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି ।