ଅଚେତ ହେଲେ ନୁସ୍‌ରତ

ଏହି କାରଣରୁ ଡାକ୍ତର ତାଙ୍କୁ ଫିଲ୍ମ ସୁଟିଂରୁ ବ୍ରେକ ନେବାକୁ ପରାମର୍ଶ ଦେଇଛନ୍ତି….

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୁସରତ ଭରୁଚାଙ୍କ ବ୍ଲଡ ପ୍ରେସରର ସମସ୍ୟା କାରଣରୁ ଫିଲ୍ମ ସୁଟିଂ ସେଟରେ ଅଚେତ ହୋଇଯାଇଛନ୍ତି । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପରୀକ୍ଷା କରି କହିଥିଲେ କି ତାଙ୍କର ବ୍ଲଡ ପ୍ରେସର ହ୍ରାସ ଘଟିଥିବା ଯୋଗୁଁ ସେ ଅଚେତ ହୋଇ ଯାଇଥିଲେ । ଏହି କାରଣରୁ ଡାକ୍ତର ତାଙ୍କୁ ଫିଲ୍ମ ସୁଟିଂରୁ ବ୍ରେକ ନେବାକୁ ପରାମର୍ଶ ଦେଇଛନ୍ତି । ସୂଚନା ଯେ, ନୁସରତ ଭରୁଚା ଏହି ସମୟରେ ପ୍ରସିଦ୍ଧ ନିର୍ଦ୍ଦେଶକ ଲଭ ରଞ୍ଜନଙ୍କର ନୂଆ ଫିଲ୍ମର ସଦସ୍ୟ ଅଛନ୍ତି । ମୁମ୍ୱାଇର ଏକ ଷ୍ଟୁଡ଼ିଓରରେ ତାଙ୍କର ସୁଟିଂ ଜାରି ରହିଛି ।