ନୂଆଦିଲ୍ଲୀ : କାଙ୍ଗାଳ ପାକିସ୍ତାନ ପୁଣି ଏଫଏଟିଏଫ ଗ୍ରେ ତାଲିକାରେ ରହିଛି । ଆତଙ୍କବାଦୀଙ୍କ ଦେଶ ଭାବରେ ପୁରା ବିଶ୍ୱରେ ପରିଚିତ ପାକିସ୍ତାନ ଏବର୍ଷ ବି ଏଫଏଟିଏଫର ଗ୍ରେ’ ତାଲିକାରେ ରହିଛି । କ୍ରମାଗତ ଭାବରେ ଆତଙ୍କବାଦିଙ୍କୁ ପାଣ୍ଠି ଯୋଗାଇ ଆସୁଛି ପାକିସ୍ତାନ । ସେହିପରି ପାକିସ୍ତାନରେ ବହୁ ସଂଗଠନ ଆତଙ୍କବାଦୀଙ୍କୁ ଫଣ୍ଡିଂ କରୁଥିବାରୁ ଅଭିଯୋଗ ହୋଇଛି । ଏହାସହ ପାକିସ୍ତାନ ସରକାର ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ଏଫଏଟିଏଫରେ ପ୍ରମାଣିତ ହୋଇଛି । ଯାହାପରେ ପୁଣି ପାକିସ୍ତାନକୁ ଗ୍ରେ’ ଲିଷ୍ଟରେ ରଖିବା ପାଇଁ ନିଷ୍ପତ୍ତି ହୋଇଛି ।
ସୂଚନାଯୋଗ୍ୟ ଯେ, ଏଫଏଟିଏଫର ଚାଲିଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଆତଙ୍କବାଦୀଙ୍କୁ ଅର୍ଥ ନେଣଦେଣ ଓ ବେଆଇନ ଅର୍ଥ କାରବାର ଉପରେ କୋହଳ ମନୋଭାବ ପୋଷଣ କରୁଥିବାରୁ ୨୦୧୮ରୁ ପାକିସ୍ତାନ ଏହି ଗ୍ରେ ତାଲିକାରେ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ଏଫଏଟିଏଫର ସମସ୍ତ ସର୍ତ୍ତ ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି ।