ଭୁବନେଶ୍ବର : ସ୍ପେନର ଭିକ୍ଟୋରିଆ ସହରରେ ଚାଲିଥିବା ସ୍ପେନିଶ ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଏସ୍ଏଲ-୩ ପୁରୁଷ ଏକକ ବର୍ଗ ସେମିଫାଇନାଲରେ ଟୋକିଓ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ପ୍ରବେଶ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲରେ ପ୍ରମୋଦ ୨୧-୧୬, ୨୧-୧୨ରେ ଇଂଲଣ୍ଡର ୱିଲିୟମ ସ୍ମିଥ୍ଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି।
ସେହିପରି ପୁରୁଷ ଯୁଗଳ କ୍ବାର୍ଟର ଫାଇନାଲରେ ପ୍ରମୋଦ ଓ ମନୋଜ ସରକାର ଯୋଡ଼ି ୨୧-୧୦, ୨୧-୧୫ରେ ପେରୁର ରେଞ୍ଜୋ ମୋରେଲ୍ସ- ପେଡ୍ରୋ ଭିତିଥା ଯୋଡ଼ିଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ଅନ୍ୟତମ ଓଡ଼ିଆ ଖେଳାଳି ଦୀପ୍ରଞ୍ଜନ ବିଶୋଇ ଏସ୍ଏଲ-୪ ପୁରୁଷ ଏକକ ବର୍ଗ କ୍ବାର୍ଟର ଫାଇନାଲରେ ଜର୍ମାନୀର ନିଲ୍ସ ବୋଇଂଙ୍କୁ ୧୪-୨୧, ୨୨-୨୦ ଓ ୨୧-୧୯ରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି।
ଯୁଗଳ ବର୍ଗ କ୍ବାର୍ଟର ଫାଇନାଲରେ ଦୀପରଞ୍ଜନ ବିଶୋଇ-ମହମ୍ମଦ ଅରବାଜ୍ ଅନସାରୀ ଯୋଡ଼ି ୨୧-୫, ୨୧-୮ରେ କାନାଡାର ୱିଲିୟମ ରୋଜି-ଫ୍ରାନ୍ସର ଆଲବର୍ଟ ପ୍ରେଜ୍ଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି।