କିଭ : ୟୁକ୍ରେନ-ରୁଷ ମଧ୍ୟରେ ଲଢେଇ ଜାରି ରହିଛି । ୟୁକ୍ରେନ ଉପରେ ରୁଷର ଘନ ଘନ ମିସାଇଲ ମାଡରେ ଅନେକ ସହର ଛାରଖାର ହୋଇଗଲାଣି । ଅନ୍ୟପକ୍ଷରେ ରୁଷ ଏହି ଆକ୍ରମଣ ନେଇ ଅନେକ ଦେଶ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ସମାଲୋଚନା କରିବା ସହ ଅନେକ ଦେଶ ନିନ୍ଦା ମଧ୍ୟ କରୁଛନ୍ତି । ଏହାସହ ପୋଲାଣ୍ଡ ନିଜର ବିମାନ ଚାଳକଙ୍କୁ ୟୁକ୍ରେନ୍ ପଠାଇବା ଏବଂ ନିଜର ଆକାଶ କ୍ଷେତ୍ରର ବ୍ୟବହାର ପାଇଁ ଅନୁମତି ଦେବାକୁ ମନା କରିଛି ।
ସୂଚନାଯୋଗ୍ୟ ଯେ, ଆମେରିକୀୟ ବିଦେଶ ମନ୍ତ୍ରୀ ଗ୍ରୀନ ସିଗନାଲ ଦେଇ କହିଥିଲେ ଯେ, ନାଟୋର ସଦସ୍ୟ ୟୁକ୍ରେନରେ ଲଢୁଆ ବିମାନ ପଠାଇପାରନ୍ତି । କିନ୍ତୁ ରୁଷିରୁ କଡା ଚେତାବନୀ ଦେଇ କହିଛି ଯେ, ଯଦି ନାଟୋ ସହିତ ଜଡିତ ରାଷ୍ଟ୍ର ୟୁକ୍ରେନକୁ ସେନା ସହାୟତା ପ୍ରଦାନ କରେ ତେବେ ତା’ହେଲେ କଡା ଜବାବ ଦିଆଯିବ । ରୁଷର ଏହି କଡା ଚେତାବନୀ ପରେ ପୋଲାଣ୍ଡ ଏବେ ୟୁକ୍ରେନକୁ ଲଢୁଆ ବିମାନ ଦେବାକୁ ସିଧା ମନା କରିଦେଇଛି ।