ଦୁର୍ନୀତି ଓ ଭ୍ରଷ୍ଟାଚାର ମନ୍ତ୍ରରେ ଦୀକ୍ଷିତ ପୁଲିସ ପ୍ରଶାସନ
ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ସରକାରୀ ନୀତି ଭାବେ ଗ୍ରହଣ କରିଛି ପୁଲିସ ପ୍ରଶାସନ । ରାଜ୍ୟ ପୁଲିସ ପ୍ରଶାସନର ତଳିଆ କର୍ମଚାରୀଙ୍କ ନିକଟରୁ ଆରମ୍ଭ କରି ଉଚ୍ଚ ଅଧିକାରୀମାନଙ୍କ ଭିତରୁ ସାଧୁ ସଚ୍ଚୋଟ ପଦବାଚ୍ୟ ଅଧିକାରୀଙ୍କ ସଂଖ୍ୟା ବିରଳ ପ୍ରାୟ ।
ଓପିଆରବି ପରିଚାଳିତ ପୁଲିସ ସବ୍ ଇନିସ୍ପେକ୍ଟର କେଳେଙ୍କାରୀ ମାମଲାକୁ ତଦନ୍ତ କରୁଛି କ୍ରାଇମ୍ ବ୍ରାଂଚ୍ ।
କଟକ ବିଦ୍ୟାଧରପୁର ବାସିନ୍ଦା ବିଶ୍ୱରଂଜନ ବେହେରା (୨୯) ମୁଣ୍ଡରେ ଅଠା ବୋଳି କ୍ଷମତାସୀନ ବିଜେପି ଓ ବରିଷ୍ଠ ଆଇଏଏସ୍ ଆଇପିଏସ୍ ଅଧିକାରୀଙ୍କୁ ଖସାଇବା ଚକ୍କରରେ ଅଛି କ୍ରାଇମ୍ ବ୍ରାଂଚ୍ ।
ଚାକିରି ପାଇଁ ଟଙ୍କା ଦେଇଥିବା ଯୁବକ ଯୁବତୀ ଓ ଟଙ୍କା ନେଇଥିବା ଦଲାଲଙ୍କ ସମେତ ପ୍ରାୟ ୧୧୮ ଜଣଙ୍କୁ ଗିରଫ କରାଗଲାଣି ।
ମାତ୍ର ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ପୁଲିସ ଡିଜିପି କାର୍ଯ୍ୟାଳୟର କୌଣସି ଅଧିକାରୀଙ୍କ କଲାର ଧରିପାରିନି କ୍ରାଇମ୍ ବ୍ରାଂଚ୍ ।
ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ । ସରକାରୀ ଚାକିରି କିଣୁଥିବା ରାଜ କର୍ମଚାରୀଙ୍କ ନିକଟରୁ ସାଧାରଣ ଲୋକଟିଏ ଉପଯୁକ୍ତ ନ୍ୟାୟ ପାଇପାରିବ?