ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଲୋଚନା

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ବଲୋଦମୀର ଜେଲେନସ୍କିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଉଭୟ ନେତା ଫୋନରେ ପ୍ରାୟ ୩୫ ମିନିଟ୍‌ ଧରି ଆଲୋଚନା କରିଛନ୍ତି । ଉଭୟ ନେତା ଯୁଦ୍ଧ ଜନିତ ସଂପର୍କ ଉପରେ କଥା ହୋଇଥିବା ସୂଚନା ମିଳିଛି । ସେହିପରି ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ଆଲୋଚନା କରିଛନ୍ତି ।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଜେଲେନସ୍କିଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସିଧାସଳଖ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସେ ଜେଲେନସ୍କିଙ୍କୁ ଧନ୍ୟାବାଦ ମଧ୍ୟ ଜଣାଇଛନ୍ତି । ସୁମିରୁ ମୋଦୀ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ୟୁକ୍‌ରେନ ସରକାରଙ୍କଠୁ ସମର୍ଥନ ମାଗିଛନ୍ତି । ସୂଚନାଯୋଗ୍ୟ, ଯୁଦ୍ଧର ଏଭଳି ସମୟରେ ଜେଲେନସ୍କୀଙ୍କ ସହ ମୋଦୀଙ୍କ ଆଲୋଚନା ଖୁବ୍‌ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଅନ୍ୟପଟେ ମୋଦୀ ଆଜି ଋଷ ରାଷ୍ଟ୍ରପତି ବ୍ଲାଦମୀର ପୁତିନଙ୍କ ସହ ମଧ୍ୟ କଥା ହେବେ ।