ରୁଷ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ତେବେ ରୁଷ ସେନା ପକ୍ଷରୁ ଲଗାତର ଭାବେ ୟୁକ୍ରେନ ଆକ୍ରମଣ କରିଚାଲିଛି । ତେବେ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ବଲୋଦମୀର ଜେଲେନସ୍କୀଙ୍କ ପରେ ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ କଥା ହୋଇଛନ୍ତି । ଏହି ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନାକୁ ନେଇ ମୋଦୀଙ୍କୁ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ରାଷ୍ଟ୍ରର ପ୍ରତିନିଧୀମଣ୍ଡଳ ମଧ୍ୟରେ ଚାଲିଥିବା ଆଲୋଚନାକୁ ଛାଡି ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ସିଧାସଳଖ କଥା ହେବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ଅସ୍ତ୍ରବିରତି ଘୋଷଣା ଏବଂ ସୁମୀର ସମେତ ଅନେକ ସହରରୁ ଲୋକଙ୍କୁ ବାହାରିବା ପାଇଁ ଅସ୍ତ୍ରବିରତି ରୋକିବାକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ପଶଂସା କରିଥିଲେ । ଅନ୍ୟପଟେ ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ଭାବେ କାଢିବା ପାଇଁ ରୁଷ ଯଥାସମ୍ଭବ ସହଯୋଗ କରିବ ବୋଲି ମୋଦୀଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଆଶ୍ୱାସନା ଦେଇଛନ୍ତି ।