ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଜାରି ରହିଛି । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷ ଉପରେ ଏକ ଅଭିଯୋଗ ଆଣିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ରୁଷ ଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋତେ ହତ୍ୟା କରିବାକୁ ଷଡଯନ୍ତ୍ର କରିଛନ୍ତି । ସେ କହିଛନ୍ତି ଯେ, ରୁଷ ଆମଦାନୀ କରିଥିବା ୪୦୦ରୁ ଅଧିକ ସୈନ୍ୟ ୟୁକ୍ରେନରେ ବୁଲୁଛନ୍ତି ।
ଏହି ସୈନ୍ୟମାନେ କିଭ ଚାରିପାଖେ ଚକ୍କର କାଟୁଥିବା ବେଳେ ମୋତେ ହତ୍ୟା ପାଇଁ ନିର୍ଦ୍ଦେଶ ଦିଆଆଯାଇଥିବା ସେ କହିଛନ୍ତି । ଏଥିସହ କିଭକୁ ମଧ୍ୟ ଦଖଲକୁ ନେବାକୁ ରୁଷ ରାଷ୍ଟ୍ରପତି ପୁଟିନ ଯୋଜନା କରିଛି । ରାଷ୍ଟ୍ରପତି ପୁଟିନ ‘ୱାଗେନର’ ନାମକ ଏକ ସାମରିକ ସଙ୍ଗଠନ ୟୁକ୍ରେନରେ ବ୍ୟବହାର କରିଛନ୍ତି । ମୋତେ ସେମାନେ କୌଣସି ମୂହୂର୍ତ୍ତରେ ମାରିପାରନ୍ତି ବୋଲି ଅଭିଯୋଗ ଆଣିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ।