ହସ୍ପିଟାଲରେ ରଣଦୀପ

ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ହସ୍ପିଟାଲରେ ଆଡମିଟ ହୋଇଛନ୍ତି । ତାଙ୍କ ଆଣ୍ଠୁରେ ଏକ ଅସ୍ତ୍ରୋପଚାର ହୋଇଛି । ରଣଦୀପ ତାଙ୍କ ଅପକମିଂ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ । ତେବେ ଏକ ରିପୋର୍ଟ ଅନୁସାରେ ଏକ ଆକ୍ସନ ସିନର ଶୁଟିଂ ବେଳେ ସେ ଆହତ ହେବା ସହ ତାଙ୍କ ଆଣ୍ଠୁରେ ଗୁରୁତରେ ଆଘାତ ଲାଗିଥିଲା । ଯାହା ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରଣଦୀପ ମୁମ୍ବାଇ ସ୍ଥିତ କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କ ଆଣ୍ଠୁର ସର୍ଜରୀ ମଧ୍ୟ ହୋଇଛି । ତେବେ ଏନେଇ ରଣଦୀପ କିମ୍ବା ତାଙ୍କ ଟିମ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ ।