କୋରାପୁଟ ଜିଲ୍ଲାର ଜୟପୁର ସହରସ୍ଥିତ ଗଉଡ଼ ସାହିରୁ ବିରଳ ଉଡ଼ନ୍ତା ସାପକୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ଦିନ ସକାଳେ ଜଣେ ବ୍ୟକ୍ତିଙ୍କ ଗାଧୁଆ ଘର ଭିତରେ ସାପଟିକୁ ଠାବ କରାଯାଇଥିଲା ।
ଲୋକମାନେ ଉକ୍ତ ସାପଟିକୁ ଉଡ଼ନ୍ତା ଚିତି ସାପ ବୋଲି ଚିହ୍ନଟ କରିବା ପରେ ସଂପୃକ୍ତ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଲୋକମାନେ ଘର କବାଟ କିଳି ରହିଥିଲେ ।
ଘର ମାଲିକ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସାପ ଧରାଳିମାନେ ବେଶ ସତର୍କତାର ସହିତ ସାପଟିକୁ କାବୁ କରିଥିଲେ ।
ସାପ ଧରାଳିମାନେ କହିଛନ୍ତି ଯେ ଏଭଳି ସାପ ବିରଳପ୍ରାୟ । ଏହି ପ୍ରଜାତିର ସାପ ଲୋପ ପାଇବାକୁ ବସିଲାଣି ।
ବନ କର୍ମଚାରୀଙ୍କ ସହାୟତାରେ ସାପଟିକୁ ନିକାଂଚନ ସ୍ଥାନରେ ଛାଡ଼ି ଦିଆଯାଇଛି । ମାତ୍ର ଲୋକମାନଙ୍କ ମନରୁ ଭୟ କମିନି ।