୭ ମାସ ପାଇଁ ସମୁଦ୍ରରୁ ମାଛ ଧରିବା ମନା

ଓଡ଼ିଶା ଉପକୂଳରେ ୭ ମାସ ପାଇଁ ମାଛ ଧରିବା ପାଇଁ କଟକଣା କରିଛି ରାଜ୍ୟ ବନ ବିଭାଗ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଓଡ଼ିଶା ଉପକୂଳକୁ ଅଲିଭ୍‌ ରିଡ୍‌ଲେ କଇଛଁ ଆସିବା ଆରମ୍ଭ କରିଛନ୍ତି । ଓଡ଼ିଶାର ଗହିରମଥା ଅଂଚଳକୁ ସାମୁଦ୍ରିକ ଅଭୟାରଣ୍ୟ ପ୍ରାୟ ୧୪୩୭ ବର୍ଗ କିଲୋମିଟର ବ୍ୟାପିଛି । ଗହିରମଥାରୁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟନ୍ତ ଲମ୍ବି ରହିଥିବା ବେଳାଭୂମି ଆଖପାଖରେ ପ୍ରାୟ  ୭ ମାସ ପାଇଁ ମାଛଧରା ଡଙ୍ଗା ବା ଟ୍ରଲର ଦେଖିବାକୁ ମିଳିବନି ।

ତା’ ସହିତ ଧାମରା, ଋଷିକୁଲ୍ୟା ଓ ଦେବୀ ନଦୀ ମୁହାଣ ଅଂଚଳରେ ମଧ୍ୟ ମାଛ ଧରିବାକୁ ବାରଣ କରାଯାଇଛି । ନଭେମ୍ବର ପହିଲାରୁ ୨୦୨୫ ମେ’ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରରୁ ମାଛ ଧରିବାକୁ ମନା କରାଯାଇଛି ।