ଦେଶର ପ୍ରମୁଖ ଷ୍ଟେସନଗୁଡିକର ନବୀକରଣ ଏବଂ ଆଧୁନିକୀକରଣ ପାଇଁ ଭାରତୀୟ ରେଳବାଇର ବୃହତ ଯୋଜନାର ଏକ ଅଂଶ ଭାବରେ ସମ୍ବଲପୁର ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ୟାର୍ଡ଼ ପୁନଃନିର୍ମାଣ କାର୍ଯ୍ୟ ବର୍ତମାନ ଚାଲୁରହିଛି | ପୂର୍ବତଟ ରେଳପଥ ରେଳ ନେଟୱର୍କର ଏକ ପ୍ରମୁଖ ହବ୍ ଏହି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଟ୍ରେନ୍ ପରିଚାଳନାରେ ଉନ୍ନତି ଆଣିବାକୁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି |
ପୂର୍ବତଟ ରେଳପଥର ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମଧ୍ୟରୁ ଆଞ୍ଚଳିକ ଲଜିଷ୍ଟିକ୍ ଏବଂ ଯାତ୍ରୀ ପରିବହନରେ ସମ୍ବଲପୁର ରେଳ ଷ୍ଟେସନ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ | ଏହି ଆଧୁନିକୀକରଣ ପ୍ରକଳ୍ପ କେବଳ ଷ୍ଟେସନର ପରିଚାଳନା କ୍ଷମତା ବୃଦ୍ଧି କରିବ ନାହିଁ ବରଂ ଯାତ୍ରୀ ଏବଂ ପଣ୍ୟ ଯାତାୟାତ ପାଇଁ ଅଧିକ ଶୃଙ୍ଖଳିତ, ଦକ୍ଷ ରେଳ ସେବା ସୁନିଶ୍ଚିତ କରିବ | ଏହି ଗୁରୁତ୍ୱପୂର୍ଣ୍ଣ ସମାପ୍ତ ହେବା ପରେ ଯାତ୍ରୀମାନେ ସହଜ ଟ୍ରେନ୍ ଚଳାଚଳ, ଅପେକ୍ଷା ସମୟ ହ୍ରାସ ଏବଂ ସାମଗ୍ରିକ ସେବା ଗୁଣବତ୍ତା ବୃଦ୍ଧି ଆଶା କରିପାରନ୍ତି |
ଏହି ବିସ୍ତୃତ ୟାର୍ଡ ରିମଡେଲିଙ୍ଗ କାର୍ଯ୍ୟରେ ବେ-ଲାଇନ୍, ଲୋକୋ ରିଭର୍ସାଲ୍ ଲାଇନ୍ ଏବଂ ଇନ୍ସପେକ୍ସନ କ୍ୟାରେଜ ସାଇଡିଂ ସ୍ଥାନାନ୍ତରିତ ହେବ | ଏହି ଆଧୁନିକୀକରଣ କାର୍ଯ୍ୟର ଏକ ଅଂଶ ଭାବରେ ବେ-ଲାଇନ୍କୁ ଏକ ପୂର୍ଣ୍ଣ ଦୈର୍ଘ୍ୟ ବିଶିଷ୍ଟ ପ୍ଲାଟଫର୍ମ ଭାବରେ ସମ୍ପ୍ରସାରଣ କରାଯିବ | ଏହି ପ୍ରକଳ୍ପକୁ 4.5 ମାସ (139 ଦିନ) ସମୟ ଲାଗିବ ବୋଲି ଆଶା କରାଯାଉଛି | ଯାତ୍ରୀଙ୍କ ଚାହିଦା, ଆଞ୍ଚଳିକ ବିକାଶ ଏବଂ ଜାତୀୟ ଲଜିଷ୍ଟିକ୍ ଆବଶ୍ୟକତା ଅନୁଯାୟୀ ଭିତ୍ତିଭୂମି ନବୀକରଣ ପାଇଁ ଭାରତୀୟ ରେଳ ପ୍ରତିବଦ୍ଧ ରହିଛି |
ପୁନଃନିର୍ମାଣ କାର୍ଯ୍ୟର ମୁଖ୍ୟ ବୈଶିଷ୍ଟ୍ୟ :
• ନୂତନ ପ୍ଲାଟଫର୍ମର ଯୋଗ: ଅଧିକ ଟ୍ରେନ୍ ଏବଂ ଯାତ୍ରୀଙ୍କୁ ପରିଚାଳନା କରିବା ପାଇଁ ଷ୍ଟେସନର କ୍ଷମତାକୁ ବୃଦ୍ଧି କରାଯାଇ ଦୁଇଟି ନୂତନ ପ୍ଲାଟଫର୍ମ ନିର୍ମାଣ କରାଯିବ |
• ସହଜ ଟ୍ରେନ ପରିଚାଳନା ପାଇଁ ଅତିରିକ୍ତ ଲାଇନ୍: ଟ୍ରେନର ସହଜ ଚଳାଚଳ ଏବଂ ନିୟନ୍ତ୍ରଣକୁ ସୁଗମ କରିବା, ବିଳମ୍ବକୁ ହ୍ରାସ କରିବା ଏବଂ ସମୟାନୁବର୍ତ୍ତିତାକୁ ବୃଦ୍ଧି କରାଇବା ପାଇଁ ଅତିରିକ୍ତ ଲାଇନଗୁଡ଼ିକ ଯୋଡାଯାଉଛି |
• ଉନ୍ନତ ଟ୍ରେନ୍ ଚଳାଚଳ : ଏହି କାର୍ଯ୍ୟ ସମାପ୍ତ ହେବା ପରେ ଟ୍ରେନ୍ ଗୁଡିକ ନିକଟସ୍ଥ ଷ୍ଟେସନଗୁଡିକରେ ଅଟକି ନରହି ସମ୍ବଲପୁର ଷ୍ଟେସନରେ ସୁଗମ ଭାବରେ ପ୍ରବେଶ କରିପାରିବେ |
ଅସ୍ଥାୟୀ ମାର୍ଗ ପରିବର୍ତ୍ତନ :
ୟାର୍ଡ଼ର ପୁନଃନିର୍ମାଣ କାର୍ଯ୍ୟ ପାଇଁ କିଛି ଟ୍ରେନ୍ ସେବା ସାମୟିକ ଭାବରେ ପ୍ରଭାବିତ ହେବ | ସମ୍ବଲପୁର ଷ୍ଟେସନକୁ ନଆସି ପାଞ୍ଚ ଯୋଡା ଟ୍ରେନ୍ ସମ୍ବଲପୁର ସିଟି ଷ୍ଟେସନ-ସରଲା ଷ୍ଟେସନ ମାର୍ଗ ଦେଇ ମାର୍ଗ ପରିବର୍ତ୍ତନ କରି ସାମୟିକ ଭାବେ ଚଳାଚଳ କରିବ | ନିର୍ମାଣ ଅବଧି ମଧ୍ୟରେ ସୁଗମ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଏହି ମାର୍ଗ ପରିବର୍ତ୍ତନ କାର୍ଯ୍ୟ ଅତ୍ୟନ୍ତ ଜରୁରୀ ଅଟେ |
ପ୍ରଭାବିତ ଟ୍ରେନ୍ ଗୁଡିକ ନିମ୍ନଲିଖିତ ଅଟେ:
1. 18126/18125 ପୁରୀ-ରାଉରକେଲା-ପୁରୀ ଏକ୍ସପ୍ରେସ: ଉଭୟ ପାର୍ଶ୍ୱରୁ 20 ସେପ୍ଟେମ୍ବର 2024 ରୁ 5 ଫେବୃଆରୀ 2025 ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ |
2. 12879/12880 ଏଲଟିଟି-ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ: ଏଲଟିଟି ରୁ 21 ସେପ୍ଟେମ୍ବର 2024 ରୁ 1 ଫେବୃଆରୀ 2025 ଏବଂ ଭୁବନେଶ୍ୱରରୁ 23 ସେପ୍ଟେମ୍ବର 2024 ରୁ 3 ଫେବୃଆରୀ 2025 ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ |
3. 22865/22866 ଏଲଟିଟି-ପୁରୀ-ଏଲଟିଟି ଏକ୍ସପ୍ରେସ : ଏଲଟିଟି ରୁ 19 ସେପ୍ଟେମ୍ବର 2024 ରୁ 30 ଜାନୁଆରୀ 2025 ମଧ୍ୟରେ ଏବଂ ପୁରୀରୁ 24 ସେପ୍ଟେମ୍ବର 2024 ରୁ 4 ଫେବୃଆରୀ 2025 ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ |
4. 20471/20472 ଲାଲଗଡ-ପୁରୀ-ଲାଲଗଡ ଏକ୍ସପ୍ରେସ: ଲାଲଗଡରୁ 22 ସେପ୍ଟେମ୍ବର 2024 ରୁ 2 ଫେବୃଆରୀ 2025 ମଧ୍ୟରେ ଏବଂ ପୁରୀରୁ 25 ସେପ୍ଟେମ୍ବର 2024 ରୁ 5 ଫେବୃଆରୀ 2025 ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ |
5. 20813/20814 ପୁରୀ-ଯୋଧପୁର-ପୁରୀ ଏକ୍ସପ୍ରେସ: ପୁରୀରୁ 25 ସେପ୍ଟେମ୍ବର 2024 ରୁ 5 ଫେବୃଆରୀ 2025 ମଧ୍ୟରେ ଏବଂ ଯୋଧପୁରରୁ 21 ସେପ୍ଟେମ୍ବର 2024 ରୁ 1 ଫେବୃଆରୀ 2025 ମଧ୍ୟରେ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ |
ଯାତ୍ରୀଙ୍କ ସୁବିଧା ପାଇଁ ଏହି ମାର୍ଗ ପରିବର୍ତ୍ତିତ ଟ୍ରେନ୍ ଗୁଡିକ ସମ୍ବଲପୁର ସିଟି ଷ୍ଟେସନରେ ପ୍ରତ୍ୟକ 5 ମିନିଟର ରହଣି ସମୟ ପ୍ରଦାନ କରିବ |
ଗୋଟିଏ ମେମୁ ଟ୍ରେନ୍ ସେବା ବାତିଲ୍: ପୁନଃନିର୍ମାଣ କାର୍ଯ୍ୟର ସମ୍ପାଦନ ପାଇଁ 08169/08170 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ମେମୁ ଟ୍ରେନ୍ 20 ସେପ୍ଟେମ୍ବର 2024 ରୁ 5 ଫେବୃଆରୀ 2025 ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ |