ଶେଷରେ ରୁଷ ମାନିଲା: ଯୁଦ୍ଧରେ ୪୯୮ ସୈନିକଙ୍କ ମୃତ୍ୟୁ ହୋଇଛି

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଅଷ୍ଟମ ଦିନରେ ପହଞ୍ôଚଛି । ରୁଷୀୟ ସେନା ୟୁକ୍ରେନକୁ ଚାରିଆଡୁ ଘେରି ରହିଛନ୍ତି । ଏହାରି ମଧ୍ୟରେ ରୁଷିଆ ବୟାନ ଦେଇଛି ଯେ ଯୁଦ୍ଧରେ ରୁଷିଆ ୪୯୮ ଜଣ ସୈନିକଙ୍କୁ ହରାଇଛି । ଅପରପକ୍ଷେ ୟୁକ୍ରେନ୍‌ କହିଛି, ଯୁଦ୍ଧରେ ପରାଜିତ ହୋଇ ରୁଷିଆ ଫେରିବ । ୟୁକ୍ରେନର ଅନେକ ବଡ ବଡ ସହରରେ ରୁଷିଆ ସେନା ଘନ ଘନ ଆକ୍ରମଣ କରୁଛନ୍ତି । ଖାରକିଭ ସହିତ ଅନ୍ୟ ସହରରେ ବୋମାମାଡର ଶବ୍ଦ ଶୁଭୁଛି । ଅନ୍ୟପକ୍ଷରେ ରୁଷିଆ ଗୋଟିଏ ପରେ ଗୋଟିଏ ସହରକୁ ନିଜର ଅକ୍ତିଆରକୁ ନେଉଛି । ଖେରସନ ସହରକୁ ମଧ୍ୟ ନିଜର ଅଧିନକୁ ଆଣିଛି । ୟୁକ୍ରେନ୍‌ କିନ୍ତୁ ଦାବି କରିଛି ଯେ, ରୁଷିଆର ୩ଟି ବିମାନ ଓ ୨ଟି ହେଲିକପ୍ଟର ଉପରେ ଆକ୍ରମଣ କରାଯାଇ ଖସାଇ ଦିଆଯାଇଛି ।

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି କହିଛନ୍ତି ଯେ, ଅନୁପ୍ରବେଶକାରୀଙ୍କୁ ଜାଣି ରିଖିବା ଉଚିତ ଯେ ଏଠାରେ ତାଙ୍କୁ କିଛି ମିଳିବ ନାହିଁ । କାହାରି ବିଜୟ ହାସଲ ହୋଇପାରିବ ନାହିଁ । ଯେତେ ଯାହା ଯୁଦ୍ଧ ସାମଗ୍ରୀ ହେଉ ଅଥବା ଲୋକ ବଳ ହେଉ, ଏଥିରେ କିଛି ପରିବର୍ତ୍ତନ ହେବ ନାହିଁ । ରୁଷିଆ ପ୍ରତିଟି ସ୍ଥାନରେ ହାରିକି ଯିବ ।