ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ୧୪ ଦିନରେ ପହଞ୍ôଚଛି । ରୁଷର ଘନ ଘନ ମିସାଇଲ ମାଡରେ ଛାରଖାର ହୋଇଗଲାଣି ୟୁକ୍ରେନର ଅନେକ ସହର । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶେଷରେ ରୁଷ ଆଗରେ ହାର ମାନିଛନ୍ତି । ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଇତିମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ ରୁଷ ନିଜ ଶତ୍ରୁ ଦେଶ ତାଲିକାକୁ ମଞ୍ଜୁରୀ ଦେଇଥିବା ନେଇ ସିଜିଟିଏନ ବଡ ଦାବି କରିଛି । ଏହି ତାଲିକାରେ ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଓ ୟୁରୋପିୟନ ୟୁନିୟନରେ ୩୧ଟି ଦେଶ ରହିଛି ।