ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ରୁଷର ଘନ ଘନ ଆକ୍ରମଣରେ ଛାରଖାର ହୋଇଯାଉଛି ୟୁକ୍ରେନ । ରୁଷ ଆକ୍ରମଣରେ କିଭର ଟିଭି ଟାୱାର୍ସକୁ ମଧ୍ୟ ଉଡାଇ ଦେଇଛି । ଏଥିସହ ୟୁକ୍ରେନର ଦ୍ୱିତୀୟ ବଡ ସହର ଖାର୍କିଭରେ ମଧ୍ୟ ଆକ୍ରମଣ କରିଛି । ଏହି ଆକ୍ରମଣରେ ୨୧ ଜଣ ମୃତ୍ୟୁବରଣ କରଇଥିବା ଜଣାପଡିଛି । ସେହିପରି ରୁଷ ମିସାଇଲ ମାଡରେ ଏକ ସରକାରୀ ବିଲ୍ଡିଂ ମଧ୍ୟ ଧ୍ୱଂସ ହୋଇଯାଇଛି । ୟୁକ୍ରେନର ଜରୁରୀକାଳୀନ ସେବା ପକ୍ଷରୁ ସୂଚନା ଅନୁଯାୟୀ ଖାର୍କିଭ ଏୟାର ଷ୍ଟ୍ରାଇକରେ ୨୧ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି ।
ଅନ୍ୟପକ୍ଷରେ ଉଦ୍ଧାରକାରୀ ଟିମ ବିଲ୍ଡିଂର ଭଗ୍ନାବଶେଷ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରିଛନ୍ତି । ସୂଚନାଯୋଗ୍ୟ ଯେ ଖାର୍କିଭ ୟୁକ୍ରେନର ଦ୍ୱିତୀୟ ବଡ ସହର ହୋଇଥିବା ବେଳେ ଏହା ରୁଷିଆ ବର୍ଡର ନିକଟରେ ରହିଛି ।ଅନ୍ୟପକ୍ଷରେ ଖାର୍କିଭ ଓ କିଭ ସହରକୁ ନିଜ ଅକ୍ତିଆର କରିବାକୁ ରୁଷ ସେନା ଘନ ଘନ ଆକ୍ରମଣ କରୁଛି ।