ଅନେକ ଦେଶରେ ରୁଷ ନିର୍ମିତ ‘ଭୋଡକା’ ବ୍ୟାନ!

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଜାରି ରହିଛି ଲଢେଇ । ୟୁକ୍ରେନ ଉପରେ ଆକ୍ରମଣ କରିବା ରୁଷକୁ ଧିରେ ଧିରେ ମହଙ୍ଗା ପଡିବାକୁ ଯାଉଛି । ରୁଷ ଆକ୍ରମଣ ଆକ୍ରମଣ କରିଥିବାରୁ ଅନେକ ଦେଶ ତଥା ଆମେରିକୀୟ ପ୍ରଦେଶ ଓ କାନାଡା ରୁଷୀୟ ନିର୍ମିତ ଭୋଡକା (ମଦ)କୁ ବହିଷ୍କାର ଦାବି କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକୀୟ ପ୍ରଦେଶ ନିଉ ହମସ୍ଫାୟରର ଗଭର୍ଣ୍ଣନର ଘୋଷଣା କରିଛନ୍ତି ଯେ, ରାଷ୍ଟ୍ରାୟତ ମଦ ଦୋକାନଗୁଡିକରେ ରୁଷୀୟ କମ୍ପାନୀର ସ୍ପିରିଟ ବହିଷ୍କାର କରାଯିବ ।

ସେହିପରି ଓହିଓରେ ଗଭର୍ଣ୍ଣର ମଧ୍ୟ ସମାନ ବ୍ୟବସ୍ଥା କଥା ଘୋଷଣା କରିଛନ୍ତି । ରୁଷର ୟୁକ୍ରେନ ଆକ୍ରମଣକୁ ସମାଲୋଚନା କରିବା ସହ କାନଡୀୟ ମଦ ଭଣ୍ଡାରଗୁଡିକ ମଧ୍ୟ ରୁଷୀୟ ଭୋଡକା ଓ ରୁଷ-ନିର୍ମିତ ସ୍ପିରିଟ ହଟାଇ ଦେଉଛନ୍ତି । ସେହିପରି ମାନିଟୋବା ଏବଂ ନିଉଫାଉଣ୍ଡଲ୍ୟାଣ୍ଡ ପ୍ରଦେଶର ମଦ ଭଣ୍ଡାର ସବୁ ରୁଷୀୟ ସ୍ପିରିଟ ହଟାଇ ଦେଉଥିବା ସୂଚନା ମିଳିଛି ।