ଶିବସେନା (UBT) ନେତା ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।କେବଳ ଏତିକି ନୁହେଁ, ସେ ଦୁଇ ମାସ ପାଇଁ ସାର୍ବଜନୀନ ଜୀବନରୁ ଦୂରେଇ ରହିବେ। ସଞ୍ଜୟ ରାଉତ ଏକ ଭାବପ୍ରବଣ ଚିଠିରେ ତାଙ୍କ ଦଳୀୟ କର୍ମୀଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି।
ସଞ୍ଜୟ ରାଉତ କହିଛନ୍ତି, “ଜୟ ମହାରାଷ୍ଟ୍ର! ସମସ୍ତ ବନ୍ଧୁ, ପରିବାର ଏବଂ କର୍ମୀଙ୍କୁ ଏକ ବିନମ୍ର ଅନୁରୋଧ, ଆପଣମାନେ ସମସ୍ତେ ସବୁବେଳେ ମୋ ଉପରେ ବିଶ୍ୱାସ କରିଛନ୍ତି ଏବଂ ମୋତେ ପ୍ରେମ ଦେଇଛନ୍ତି,କିନ୍ତୁ ଏବେ ମୁଁ ହଠାତ୍ ଜାଣିପାରିଲି ଯେ ମୋର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଭାବରେ ଖରାପ ହୋଇଯାଇଛି। ମୁଁ ଚିକିତ୍ସାଧୀନ ଅଛି ଏବଂ ଶୀଘ୍ର ସୁସ୍ଥ ହୋଇଯିବି।”ଡାକ୍ତରୀ ପରାମର୍ଶ ଅନୁଯାୟୀ, ମୋତେ ବାହାରକୁ ଯାଇ ଭିଡ଼ ସହିତ ମିଶିବାକୁ ବାରଣ କରାଯାଇଛି। ଅନ୍ୟ କୌଣସି ବିକଳ୍ପ ନାହିଁ। ମୁଁ ନିଶ୍ଚିତ ଯେ ମୁଁ ସୁସ୍ଥ ହୋଇ ନୂଆ ବର୍ଷରେ ତୁମକୁ ଦେଖା କରିବାକୁ ଆସିବି। ତୁମର ପ୍ରେମ ଏବଂ ଆଶୀର୍ବାଦ ଜାରି ରହୁ।”
କିଛି ଦିନ ପୂର୍ବରୁ ଗଳା ସମସ୍ୟା ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସୂଚନା ଅନୁଯାୟୀ, ରାଉତ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି, କିନ୍ତୁ ତାଙ୍କ ଅସୁସ୍ଥତାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କିଛି ଦିନ ପୂର୍ବରୁ ସଞ୍ଜୟ ରାଉତଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ତା’ପରେ ତାଙ୍କର ଗଳା ସମସ୍ୟା ନିର୍ଣ୍ଣୟ ହେଲା। ତାଙ୍କ ଅବସ୍ଥା ପୁଣି ଖରାପ ହୋଇଗଲା ଏବଂ ତାଙ୍କୁ ଦୁଇ ମାସ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
— Sanjay Raut (@rautsanjay61) October 31, 2025