ଦୋକାନୀମାନେ ମୋଦୀଙ୍କ ଜିଏସଟି ଭେଟିରୁ ବଢ଼ିଆ ଫାଇଦା ଉଠାଉଛନ୍ତି । ଦେଶବାସୀଙ୍କ ନିକଟରେ ମୋଦୀଙ୍କ ଜିଏସଟି ଭେଟି ପହଂଚିବା ବେଳକୁ ଦଶହରା ସରି ଯାଇଥିବ ।
ମୋଦୀଙ୍କ ଘୋଷଣାକୁ ଆଦୌ ମାନୁନାହାନ୍ତି ଦୋକାନୀ । ଡବଲ ଇଂଜିନ ସରକାର ଅମଳରେ ଓଡ଼ିଶାର ସାଢ଼େ ଚାରିକୋଟି ଜନତାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଦୋକାନୀମାନେ ଚଢ଼ାଦରରେ ଜିନିଷ ବିକୁଛନ୍ତି ।
ମୋଦୀଙ୍କ ଘୋଷଣା ମୁତାବକ ସେପ୍ଟେମ୍ବର ୨୨ ତାରିଖରୁ ଔଷଧଗୁଡ଼ିକର ଦାମ କମିବା କଥା । କିନ୍ତୁ ଦୋକାନୀମାନେ ପୁରୁଣା ଦରରେ ଔଷଧ ବିକୁଛନ୍ତି । ସାଧାରଣ ଲୋକଙ୍କ କଥାକୁ କାନରେ ପୁରାଉ ନାହାନ୍ତି ଦୋକାନୀ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦଶହରା ଭେଟି କେବଳ ଧର୍ମକୁ ଆଖିଠାର । ଧର୍ମ ଥିଲେ ମୋଦୀଙ୍କ ବିଚାର କରିବ ବୋଲି ଗରିବ ଲୋକମାନେ କହିବା ଆରମ୍ଭ କଲେଣି ।
ପୁରୁଣା ଷ୍ଟକ ମାଲକୁ କୌଣସି ମତେ କମ୍ ଦରରେ ବିକିବାକୁ ଦୋକାନୀ ରାଜି ନୁହନ୍ତି । ସ୍ଥାନୀୟ ପ୍ରଶାସନ ସବୁ ଶୁଣି ନିରବ ରହୁଚନ୍ତି । ବିଧାୟକ ଓ ସାଂସଦମାନେ ଲୋକଙ୍କ ଅଭିଯୋଗ ଶୁଣି ଦାନ୍ତ ଦେଖାଇ ଦେଉଛନ୍ତି ।
ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରା ନଗଲେ, ଦୋକାନୀମାନେ ଖାଉଟିଙ୍କୁ ଜିଏସଟି ଫାଇଦା ଦେବେନି ।
ନୁଡୁଲ୍ସ, ପାସ୍ତା, ଟଫି, ସାବୁନ, ସାମ୍ପୋ, ବିସ୍କୁଟ, ଖାଦ୍ୟ ସାମଗ୍ରୀ, ତେଲ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ପୂର୍ବଭଳି ଚଢ଼ା ରହିଛି । ଲୋକମାନେ ଗଭୀର ଅସନ୍ତୋଷ ପ୍ରକାଶ କରୁଛନ୍ତି ।
ଦୋକାନୀ କହୁଛନ୍ତି ‘ପୁରୁଣା ମାଲ ଉପରେ ଜିଏସଟି ରିହାତି ଦେଇହେବନି । ମୋଦୀଙ୍କ ଘୋଷଣାରୁ କ’ଣ ମିଳିବ? ଆମେ କମ୍ପାନୀ ପରାମର୍ଶ ମୁତାବକ କାମ କରିବୁ ।
ମୋଦୀଙ୍କ ଘୋଷଣା କାର୍ଯ୍ୟରେ ପରିଣତ ହେଲା ବେଳକୁ ଆହୁରି ୧୦ ଦିନ ଲାଗିଯିବ ।’