୧୦୦ ତମ ଟେଷ୍ଟରେ ବିରାଟଙ୍କୁ ସ୍ୱତନ୍ତ୍ର ସମ୍ମାନ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଏକ ବଡ ରେକର୍ଡ ହାସଲ କରିଛନ୍ତି । କୋହଲି ୧୦୦ତମ ଟେଷ୍ଟ୍‌ ଖେଳିବାରେ ସେ ହେଉଛନ୍ତି ଦ୍ୱାଦଶ ଭାରତୀୟ କ୍ରିକେଟର । ତେବେ ସବୁଠୁ ବଡ କଥା ହେଲା ଏହି ଟେଷ୍ଟ ମ୍ୟାଚ ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ବିରାଟ କୋହଲିଙ୍କୁ ଏକ ସ୍ୱତନ୍ତ୍ର କ୍ୟାପ ପ୍ରଦାନ କରିଛନ୍ତି ।

ଅନ୍ୟପକ୍ଷରେ କୋହଲି କହିଛନ୍ତି ଯେ ସେ ଟେଷ୍ଟ୍‌ କ୍ୟାରିଅର ଆରମ୍ଭ କରିବା ସମୟରେ କେବେ ଭାବିନଥିଲେ ଯେ, ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିବି । ସେହିପରି ଶ୍ରୀଲଙ୍କା ବିପକ୍ଷ ୧୦୦ତମ ଟେଷ୍ଟ ପାଇଁ ବିରାଟ କୋହଲି ଖୁବ ଉତ୍ସାହିତ ଅଛନ୍ତି । ସୂଚନାଯୋଗ୍ୟ ଯେ, ବିରାଟ କୋହଲି ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପଦାର୍ପଣ କରିଥିଲେ ।