ଆଇପିଏଲ ଖେଳିବେନି ସୂର୍ଯ୍ୟକୁମାର!

ମୁମ୍ବାଇ: ଆସନ୍ତା ୨୬ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ-୨୦୨୨ ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା ଲାଗିଛି । ସୂଚନାଯୋଗ୍ୟ ଯେ, ଆହତ ସମସ୍ୟା ଲାଗି ସୂର୍ଯ୍ୟ କୁମାର ଯାଦବ ଏପ୍ରିଲ ମାସ ପୂର୍ବରୁ ମ୍ୟାଚ ଖେଳିପାରିବେ ନାହିଁ । ଅନ୍ୟପକ୍ଷରେ ଏପ୍ରିଲ ୨ରେ ମୁମ୍ବାଇର ଦ୍ୱିତୀୟ ମ୍ୟାଚରେ ମଧ୍ୟ ସେ ମୁମ୍ବାଇ ଦଳରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାର୍ହି । ସୂଚନାଯୋଗ୍ୟ ଯେ, ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ବେଳେ ସୂର୍ଯ୍ୟ କୁମାର ଆହତ ହୋଇଥିଲେ । ଯେଉଁ କାରଣରୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବାଦ ପଡିଥିଲେ । ଅନ୍ୟପକ୍ଷରେ ସେ ସୁସ୍ଥ ହେଉଥିବା ଜଣାପଡିଛନ୍ତି କିନ୍ତୁ ଏପ୍ରିଲ ପୂର୍ବରୁ ମ୍ୟାଚ ଖେଳିବାକୁ ସେ ଫିଟ ହେବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।