ନୋୟଲ ଟାଟାଙ୍କ ହାତରେ ନାହିଁ ଟାଟା ଗୋଷ୍ଠୀ

ନୋୟଲ ଟାଟା । ଟାଟା ଟ୍ରଷ୍ଟ ଅଧ୍ୟକ୍ଷ । ରତନ ଟାଟାଙ୍କ ପରଲୋକ ପରେ ଟାଟା ଗୋଷ୍ଠୀକୁ ସମ୍ଭାଳିବେ ଭାବିଥିଲେ ।

କିନ୍ତୁ ତାଙ୍କ ହାତରୁ ଖସିଯିବାକୁ ବସିଛି ଟାଟା ଗୋଷ୍ଠୀ । କମ୍ପାନୀ ଅଧିକାରୀମାନେ ନୋୟଲ ଟାଟାଙ୍କୁ ଅସରପା ମଣୁଛନ୍ତି ।

ରତନ ଟାଟାଙ୍କ ଅମଳରେ ନୋୟଲଙ୍କ ପାଟିରୁ କଥା ବାହାରୁ ନଥିଲା । ନାମକୁ ମାତ୍ର ଟାଟା ଟ୍ରଷ୍ଟ ମୁଖିଆ ହୋଇ ରହିଥିଲେ । ଏବେ ନିଜକୁ ଟାଟା ଗୋଷ୍ଠୀ ମାଲିକ ଭାବୁଛନ୍ତି ।

ମାତ୍ର ତାଙ୍କ ଆଦେଶକୁ ପାଳନ କରୁନାହାନ୍ତି ଅଧିକାଂଶ ଟାଟା ଅଧିକାରୀ । କର୍ମଚାରୀଙ୍କ ଔଦ୍ଧତ୍ୟକୁ ବରଦାସ୍ତ କରି ପାରୁନାହାନ୍ତି ନୋୟଲ ଟାଟା ।

ଦେଶର ଜଣାଶୁଣା ଉଦ୍ୟୋଗ ଗୋଷ୍ଠୀ ଟାଟା ଗୋଷ୍ଠୀ  । ରତନ ଟାଟାଙ୍କ ପରଲୋକ ପରେ ଟାଟା ଗ୍ରୁପ ଅମାନିଆ ହୋଇଯାଇଛି । କେହି କାହା କଥାକୁ ଗୁରୁତ୍ୱ ଦେଉନାହାନ୍ତି ।

ମୁଖିଆ ଚାଲିଗଲା ପରେ ଘର ଅବସ୍ଥା ଯେପରି, ଟାଟା ଗୋଷ୍ଠୀ ହାଲତ ପୁରାପୁରି ଖରାପ । ନୋୟଲ ଟାଟାଙ୍କ ପତିଆରା ମାପିବା ପାଇଁ କେନ୍ଦ୍ର ସରକାରଙ୍କ ବଛା ବଛା ଅଧିକାରୀ ଏବେ ଟାଟା ସନ୍ସ ଅଧିକାରୀଙ୍କ ସହିତ କଥା ହେଉଛନ୍ତି ।

ଲୁଣଠାରୁ ଆରମ୍ଭ କରି ଆଧୁନିକ ଜ୍ଞାନକୌଶଳ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଟାଟା ଗ୍ରୁପ ଆଧିପତ୍ୟ ବିସ୍ତାର କରିଛି ।

ରତନ ଟାଟାଙ୍କ ପରଲୋକ ପରେ ନୋୟଲ ଟାଟା ଆଗେଇ ଆସିଥିଲେ । ମାତ୍ର ତାଙ୍କ କ୍ଷମତାକୁ ସଂକୁଚିତ କରି ଦିଆଯାଇଚି ।

ଟାଟା ଟ୍ରଷ୍ଟ ଅଧ୍ୟକ୍ଷ ନୋୟଲ ଟାଟା, ଉପାଧ୍ୟକ୍ଷ ବେଣୁ ଶ୍ରୀନିବାସନ, ଟାଟା ସନ୍ସ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ଓ ଟାଟା ଟ୍ରଷ୍ଟି ଡାରିୟସ୍ ଖମ୍ବାଟାଙ୍କ ଭିତରୁ ଟାଟା ଗୋଷ୍ଠୀ କାହା ନିୟନ୍ତ୍ରଣରେ ରହିବ, ସେଥିପାଇଁ ଭାରତ ସରକାର ମଧ୍ୟସ୍ଥତା
କରୁଛନ୍ତି ।