ମହିଳା ବିଶ୍ୱକପରେ ପାକିସ୍ତାନକୁ ହରାଇଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ : ମହିଳା ବିଶ୍ୱକପରେ ପାକିସ୍ତାନକୁ ହରାଇଲା ଟିମ ଇଣ୍ଡିଆ । ପାକିସ୍ତାନକୁ ଏକ ଲିଗ ମୁକାବିଲାରେ ୧୦୭ ରନରେ ପରାସ୍ତ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨୪୪ ରନ୍‌ କରିଥିଲା । ପାକିସ୍ତାନ ୧୩୭ ରନରେ ଅଲଆଉଟ୍‌ ହୋଇ ଫୋଲଅନ ହୋଇଥିଲା । ସୂଚନାଯୋଗ୍ୟ ଯେ, ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ ହରାଇ ୨୪୪ ରନ୍‌ କରିବାରେ ସକ୍ଷମ ହୋଇପାରିଥିଲା ।

ସେହିପରି ପାକିସ୍ତାନ ପକ୍ଷରୁ ୨୪୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପାକିସ୍ତାନ ବ୍ୟାଟିଂର ଧରାଶାୟୀ ହୋଇଥିଲା । ଭାରତ ପକ୍ଷରୁ ଝୁଲଣ ଗୋସ୍ୱାମୀ ଦୁଇଟି ୱିକେଟ୍‌ ନେଇଥିବା ବେଳେ ରାଜେଶ୍ୱରୀ ଗାଏକୱାଡ ୪ଟି ୱିକେଟ୍‌ ନେଇ ପାକିସ୍ତାନ ବ୍ୟାଟିଂ ଲାଇନ ଧୂଳିସାତ କରିଥିଲେ ।