ନୂଆଦିଲ୍ଲୀ: ବିସିସିଆଇ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍-୨୦୨୨)ର ୧୫ତମ ସଂସ୍କରଣର ସିଡ୍ୟୁଲ ଜାରି କରିଛି । ଆଇପିଏଲର ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗସ୍ ଓ ରନର୍ସଅପ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେବ । ଆଇପିଏଲର ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ସମସ୍ତ ମ୍ୟାଚ ତିନୋଟି ଭେନ୍ୟୁ ଓ ପୁନେର ଗୋଟି ଭେନ୍ୟୁରେ ଅନୁଷ୍ଠିତ ହେବ । ସେହିପରି ଏଥର ୧୦ଟି ଟିମକୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି । ଅନ୍ୟପକ୍ଷରେ ଆଇପିଏଲରେ ୧୨ଟି ଗୋଟିଏ ଦିନରେ ଦୁଇଟି ମ୍ୟାଚ ହେବ । ଦୁଇ ନୂଆ ଟିମ ଗୁଜରାଟ ଟାଇଟନ୍ସ ଓ ଲକ୍ଷେ୍ନø ସୁପର ଜାଏଣ୍ଟସ ମାର୍ଚ୍ଚ ୨୮ରେ ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବେ ।
ସେହିପରି ସନରାଇଜର୍ସ ହାଇଦ୍ରାବାସ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ମାର୍ଚ୍ଚ ୨୯ରେ ଭେଟିବ । ସେହିପରି ଆଇପିଏଲର ଶେଷ ଲିଗ ମ୍ୟାଚ୍ ପଞ୍ଜାବ କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମେ’ ୨୨ରେ ହେବ । ସେହିପରି ଏଥର ୧୦ଟି ଟିମକୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି । ପ୍ରତି ଗ୍ରୁପରେ ୫ଟି ଲେଖାଏ ଟିମ ରହିବେ । ଗ୍ରୁପ୍-ଏ’ରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ ଲକ୍ଷେ୍ନø ସୁପର୍ ଜିଏଣ୍ଟସକୁ ରଖାଯାଇଛି । ସେହିପରି ଗ୍ରୁପ୍-ବି’ରେ ଚେନ୍ନାଇ ସୁପର କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗସ ଓ ଗୁଜରାଟ ଟାଇଟ୍ସକୁ ସ୍ଥାନ ମିଳିଛି । ଅନ୍ୟପକ୍ଷରେ ସମସ୍ତ ଟିମ୍ ୧୪ଟି ଲେଖାଏ ମ୍ୟାଚ୍ ଖେଳିବ । ଏହା ପ୍ରତି ଗ୍ରୁପର ଟିମ୍ ୫ଟି ଟିମ୍ ସହ ଦୁଇଟି ଲେଖାଏ ମ୍ୟାଚ୍ ଖେଳିବେ ।