କୋଠିଶାଳ ଯାତ୍ରା ପାଇଁ ଗ୍ରାମାଞ୍ଚଳ ଉତ୍ସବମୁଖର।

କବିସୂର୍ଯ୍ୟନଗର, ଯୁଗ ବଦଳିଛି, ବଦଳିଛି ଭାବନା ଓ ଚିନ୍ତାଧାରା । କିନ୍ତୁ ବଦଳିନି କଳା ସଂସ୍କୃତି । ଆଜି ଗାଁ, ସହର ସବୁଠି ଦେଖିବାକୁ ମିଳୁଛି କୋଠିଶାଳ । ବିରାଟ ପଟୁଆରରେ ଗ୍ରାମଦେବୀଙ୍କୁ କୋଠିକୁ ଆବାହନ କରାଯାଇ ସେଠାରେ ବିଳମ୍ବିତ ରାତି ଯାଏ ବିଭିନ୍ନ ବlଜlବାଜଣା ସହ ପୂଜାର୍ଚନା ଜାରି ରହିଥାଅ ।

କନକପାଟଣା ସlହିବାସିନ୍ଧା ପକ୍ଷରୁ ସାହି କୋଠଘରେ ଓଷାକୋଠି ପର୍ବ ଆରମ୍ଭ ହୋଇଛି l କୋଠଘର କାନ୍ଥରେ ବିଭିନ୍ନ କୋଠିଶାଳ ଚିତ୍ର ଅଙ୍କନ କରାଯାଏ । 10 ରୁ ଉର୍ଦ୍ଧ ମାନସିକଧାରୀ କଳସ ଧରି ବାଦ୍ୟ ବାଜଣା ସହ କୋଠିନାଚ ଗୀତ ଗାଇ ପୋଖରୀ ଅଭିମୁଖେ ଯାତ୍ରା କରନ୍ତି । ରାସ୍ତାରେ ଛାଗ ବଳି ସ୍ୱରୂପ ଜହ୍ନି ବଳି ଦିଆଯାଏ । ପୋଖରୀରେ ଧାଡିରେ ମାନସିକଧାରୀ କଳସ ରଖି ପୂଜାର୍ଚନା କରନ୍ତି । ପୂଜାର୍ଚନା ପରେ କଳସରେ ଜଳ ଆଣି କୋଠଘରେ ରଖି ପୂଜା ଆରମ୍ଭ ହୁଏ ।

ପ୍ରତିଦିନ ରୀତିନୀତି ଅନୁସାରେ ମା ମଙ୍ଗଳା ଙ୍କ ପୂଜାର୍ଚନା ଓ ଭୋଗ ଅର୍ପଣ ଚାଲେ । ଏହି କନକଦୁର୍ଗା ଓଷାକୋଠି କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି । ଗଜା ପଡ଼ିବାର 10 ଦିନ ପରେ ଗଞ୍ଜାମର ସୁନାମ ଧନ୍ୟ ଓଷାକୋଠି ଗାୟକମାନଙ୍କୁ ଅଣାଯାଇ ବାଢେଇ ସାହିରେ ନାଟ୍ୟ ପରିବେଷଣ ହୁଏ । ଶେଷରେ ନାଟ୍ୟ ପରିବେଶଣ ର ପରଦିନ ଭସାଣି ଉତ୍ସବ ମହାଉଲ୍ଲlସରେ ପାଳିତ ହୁଏ । ସମାଜସେବୀ ରାମପ୍ରସାଦ ମହାରଣା, ସୁବାସ ଚନ୍ଦ୍ର ଜେନା, ତ୍ରିପତି ମହାରଣା, ପୂର୍ଣ୍ଣ ସାମଲ, ବାଇଧର ସାମଲ, ବଳରାମ ସାମଲ, ପଞ୍ଚୁ ସାମଲ ଓ ବାଢେଇ ସାହି ବାସି ସହଯୋଗ କରିଥିଲେ ।