ଶେଷ ହୋଇଛି ଆମେରିକାର ଦବଦବା: ପୁଟିନ

Russia Ukraine War News..

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଭୟ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଏକଚାଟିଆ ବିଶ୍ୱର ଅନ୍ତ ଘଟିଛି । ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକର ଦବଦବା ହ୍ରାସ ପାଇଛି । ରୁଷ ରାଷ୍ଟ୍ରପତି ପୁଟିନ ଆମେରିକାର ସହଯୋଗୀ ଦେଶଗୁଡ଼ିକୁ ବି ତାଗିଦ କରିଛନ୍ତି । ଆମେରିକାର ସହଯୋଗୀ ଦେଶଗୁଡ଼ିକ କାହା ପ୍ରଭାବରେ ପଡ଼ି ରୁଷକୁ ଟାର୍ଗେଟ କରିବା ବନ୍ଦ କରିଦିଅନ୍ତୁ । ସେମାନେ କେବଳ ନିଜର ଫାଇଦା କଥା ଚିନ୍ତା କଲେ ଭଲ ।

ପୁଟିନ କହିଛନ୍ତି, ଆମେରିକା ନିଜକୁ ‘ମେସେଞ୍ଜର ଅଫ ଲର୍ଡ’ ବା ଭଗବାନଙ୍କ ବାର୍ତ୍ତାବହ ଭାବୁଛି । କିନ୍ତୁ ବାସ୍ତବରେ ଏହା ନିଜ ସହଯୋଗୀ ଦେଶଗୁଡ଼ିକୁ ଗୋଲାମ ଭଳି ବିବେଚନା କରୁଛି । ସେମାନଙ୍କୁ ମୋହରା ବନାଇ ନିଜ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦେଉଛି ।

ତେଣୁ ସହଯୋଗୀ ଦେଶଗୁଡ଼ିକ ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଉଚିତ । ସେମାନେ ପ୍ରଥମେ ନିଜ ହାନିଲାଭ ଉପରେ ଧ୍ୟାନ ଦେବା ଜରୁରି ।